ଆରମ୍ଭ ହେବ ରଥକାମ: ଗଜପତି ମହାରାଜ
Advertisement
Article Detail0/zeeodisha/odisha676504

ଆରମ୍ଭ ହେବ ରଥକାମ: ଗଜପତି ମହାରାଜ

ରଥକାମ ଆରମ୍ଭ ହେବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା, ସେଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ଟାଣିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ରଥ ନିର୍ମାଣ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି ଗଜପତି ମହାରାଜ। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରଥକାର୍ଯ୍ୟ ଆରମ୍ଭ ହେବ ବୋଲି ମହାରାଜା କହିଛନ୍ତି।  ମହାରାଜା ଆହୁର

ଆରମ୍ଭ ହେବ ରଥକାମ: ଗଜପତି ମହାରାଜ

ପୁରୀ: ରଥକାମ ଆରମ୍ଭ ହେବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା, ସେଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ଟାଣିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ରଥ ନିର୍ମାଣ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି ଗଜପତି ମହାରାଜ। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରଥକାର୍ଯ୍ୟ ଆରମ୍ଭ ହେବ ବୋଲି ମହାରାଜା କହିଛନ୍ତି। 

ମହାରାଜା ଆହୁରି ମଧ୍ୟ କହିଛନ୍ତି କି, ଗତ ୨୬ରୁ ରଥ ନିର୍ମାଣ ହେବା କଥା। ରଥ ନିର୍ମାଣ କାର୍ଯ୍ୟ ଦୁଇ ମାସ ଚାଲେ। ହେଲେ କୋରୋନା ମାହାମାରୀ ପାଇଁ ଏଥର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। କୋରୋନା ସମୟରେ ଲକଡାଉନ ପାଇଁ ଆସିଥିବା ନୂତନ ଗାଇଡଲାଇନକୁ ଅନୁଧ୍ୟାନ କରିଛୁ । ମୁଁ ସ୍ପଷ୍ଟ କରିବାକୁ ଚାହେଁ ରଥ ନିର୍ମାଣ କାର୍ଯ୍ୟ କୌଣସି ଧାର୍ମିକ କାର୍ଯ୍ୟ ନୁହେଁ । ଏହା ଏକ ନିର୍ମାଣ କାର୍ଯ୍ୟ । ରଥଯାତ୍ରା ଏକ ଧାର୍ମିକ ପର୍ବ । ତେଣୁ ରଥ ନିର୍ମାଣରେ କୌଣସି ଅସୁବିଧା ନାହିଁ ବୋଲି ପରିଚାଳନା କମିଟି ନିଷ୍ପତି ନେଇଥିବା ନେଇ ମହାରାଜା ସୂଚନା ଦେଇଛନ୍ତି । 

ମହାରାଜା ଆହୁରି ମଧ୍ୟ କହିଛନ୍ତି କି,  ପୁରୀ ଗ୍ରୀନ ଜୋନରେ ଅଛି । ଗ୍ରୀନ ଜୋନରେ ନିର୍ମାଣ କାର୍ଯ୍ୟ ହୋଇପାରିବ ବୋଲି ଗାଇଡ଼ ଲାଇନରେ ଉଲ୍ଲେଖ ଅଛି । ତେଣୁ ଆମେ ରଥ ନିର୍ମାଣ କରି ପାରିବୁ ବୋଲି ନିଷ୍ପତି ନେଇଛୁ । ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରିଛୁ । ରଥ ନିର୍ମାଣ ଓ ରଥ ଯାତ୍ରା ନିଷ୍ପତି ରାଜ୍ୟ ସରକାର ନେବେ । ସରକାର ଆସନ୍ତାକାଲି ସୁଧା ଆମକୁ ଅନୁମତି ଦେଲେ ଆମେ ନିର୍ମାଣ କାର୍ଯ୍ୟ ଆସନ୍ତାକାଲି କିମ୍ବା ମଙ୍ଗଳବାର ଆରମ୍ଭ କରିବୁ ବୋଲି ସେ କହିଥିଲେ । 

ଯଦି କୌଣସି ପରିସ୍ଥିତିରେ ରଥଯାତ୍ରା ବନ୍ଦ ହୁଏ, ତେବେ ଏହା ରୋଷ କାମରେ ଲାଗିବ । କୋଭିଡ ୧୯ ସର୍ତ୍ତ ୧ ଅନୁଯାୟୀ ରଥ ନିର୍ମାଣ ବେଳେ ରଥଖଳା ସାଧାରଣ ଲୋକଙ୍କ ପାଇଁ ଦର୍ଶନୀୟ ସ୍ଥାନ ନୁହେଁ। ତେଣୁ ସେଠାକୁ ଯେପରି ସାଧାରଣ ଲୋକ ନଯିବେ ସେଥିପାଇଁ କଡ଼ାକଡ଼ି ଦୃଷ୍ଟି ଦିଆଯିବ। ସେହିପରି ସର୍ତ୍ତ ୨ଅନୁଯାୟୀ ସାମାଜିକ ଦୁରତ୍ୱକୁ ପ୍ରାଥମିକତା ଦିଆଯିବ। ସର୍ତ୍ତ ୩ ଅନୁଯାୟୀ ନିର୍ମାଣ କାରିଗରଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ମହାରାଜ ସୂଚନା ଦେଇଛନ୍ତି। 

;