Advertisement
Article Detail0/zeeodisha/odisha691229
Zee OdishaPuriଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା, ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା, ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ଆଜି ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ନୀତିକାନ୍ତି । 

ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା, ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ସନ୍ତୋଷ ମହାପାତ୍ର, ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମୀ । ୧୦୮ ଗରା ଜଳରେ ଦାରୁ ବିଗ୍ରହଙ୍କ ସ୍ନାନ ଉତ୍ସବ । ଶ୍ରୀମନ୍ଦିରରେ ଆଧ୍ୟାତ୍ମକ ପରିବେଶ । କୋରୋନା ଯୋଗୁଁ ବିନା ଭକ୍ତରେ ଚାଲିଛି ନୀତିକାନ୍ତି । ସୀମିତ ସେବାୟତରେ ଚାଲିଛି ସ୍ନାନ ଯାତ୍ରା । ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ ଏ ଦିନଟି ଆମ ପାଇଁ ବେଶ ଗୁରୁତ୍ୱବହନ କରିଆସିଛି । 

ଆଜି ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ନୀତିକାନ୍ତି । ରାତି ୧.୨୫ରେ ମଙ୍ଗଳାର୍ପଣ ହୋଇଥିଲା । ୧.୪୦ରୁ ପହଣ୍ଡି ଆରମ୍ଭ ହୋଇ  ୩.୧୦ ମଧ୍ୟରେ ଶେଷ ହୋଇଛି । ପରେ ୩.୪୦ରେ ମଦନ ମୋହନ ବିଜେ ହୋଇଥିଲେ । ସେହିପରି ୪.୨୦ରେ ମଙ୍ଗଳ ଆଳତି ଓ ୪.୩୫ରେ ମଇଲମ ଏବଂ ତଡ଼ପଲାଗି ହୋଇଥିଲା । ଭୋର ୪.୫୦ରେ ଅଧର ପଛା ନୀତି ସମ୍ପନ୍ନ ହୋଇଛି । 

ସେହିପରି ୭.୩୮ରେ ଜଳବିଜେ କରାଯାଇଛି । ଜଗନ୍ନାଥଙ୍କ ୩୫ ଗରା, ବଡଠାକୁରଙ୍କ ୩୩ଗରା, ସୁଭଦ୍ରାଙ୍କର ୨୨ଗରା, ସୁଦର୍ଶନ ମହାପ୍ରଭୁଙ୍କ ୧୮ଗରା ସୁବାସିତ ଜଳରେ ସ୍ନାନମଣ୍ଡପକୁ ବିଜେ କରିଛନ୍ତି । 

Add Zee News as a Preferred Source
About the Author