Advertisement
Article Detail0/zeeodisha/odisha666663
Zee OdishaPuriରଥ ଅନୁକୁଳ ପର୍ବ ବେଳେ କେମିତି ରହିବ ସାମାଜିକ ଦୂରତ୍ୱ, ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ

ରଥ ଅନୁକୁଳ ପର୍ବ ବେଳେ କେମିତି ରହିବ ସାମାଜିକ ଦୂରତ୍ୱ, ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ

କୋରୋନାକୁ ନେଇ ଲକ୍ ଡାଉନର ପ୍ରଭାବ ସମସ୍ୟା ସୃଷ୍ଟି କରିପାରିନି ମହାପ୍ରଭୁଙ୍କ ରଥଯାତ୍ରାର ପ୍ରସ୍ତୁତିରେ । ଜୁନ ୨୩ରେ ହେବାକୁ ଥିବା ରଥଯାତ୍ରା ପାଇଁ ରଥଖଳାରେ ପର୍ଯ୍ୟାୟ କ୍ରମେ ପହଞ୍ଚିଛି ରଥକାଠ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ କୁମାର ମହାପାତ୍ର, ପୁରୀ: ଏପ୍ରିଲ ୨୬ରେ ହେବ ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟା ଉତ୍ସବ । ଆଉ ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ହେବ ରଥ ନିର୍ମାଣର ଅନୁକୂଳ ପର୍ବ  । ସେନେଇ ଶନିବାର ନୟାଗଡ ବନଖଣ୍ଡରୁ ୪୨ ଖଣ୍ଡ ରଥକାଠ ପଞ୍ଚମ ପର୍ଯ୍ୟାୟ ବଡଦାଣ୍ଡର ମହାରଥ ଖଳାରେ ପହଞ୍ଚିଛି ।  ହେଲେ କୋରୋନାକୁ ନେଇ ଲକ୍ ଡାଉନର ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ରହୁଥିବାରୁ ସାମାଜିକ ଦୂରତ୍ୱ କିଭଳି ରଥକଳାରେ ରହିବ, ସେନେଇ ଚିନ୍ତା ବଢ଼ିଯାଇଛି । ତେବେ ଏହା ଉପରେ ରଥ ନିର୍ମାଣ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୁର୍ଣ ବୈଠକ ହେବ ବୋଲି ଜଣାପଡ଼ିଛି । ଏନେଇ ଶ୍ରୀମନ୍ଦିର ତତ୍ୱବଧାରକ ସୂଚନା ଦେଇଛନ୍ତି । 

ସେପଟେ ରଥଖଳାରେ ୭୭ଭୋଇ ସେବକଙ୍କ ସହ ୧୮୦ ଜଣ ରଥ ନିର୍ମାଣ ସେବାୟତ ଯୋଗ ଦେବାକୁ ଥିବାରୁ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଯାହା ନିର୍ଦ୍ଦେଶ ଦେବ ସେହି ଅନୁସାରେ କାର୍ଯ୍ୟ କରାଯିବ । ପୁଣି ଜୁନ ୨୩ରେ ରଥଯାତ୍ରା ଥିବାରୁ ସେନେଇ ରଥନିର୍ମାଣ, ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା ଆଦିକୁ ନେଇ ଖୁବଶୀଘ୍ର ଉଚ୍ଚସ୍ତରୀୟ ବୈଠକ ବସି ଏସବୁର ସମୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

କୋରୋନାକୁ ନେଇ ଲକ୍ ଡାଉନର ପ୍ରଭାବ ସମସ୍ୟା ସୃଷ୍ଟି କରିପାରିନି ମହାପ୍ରଭୁଙ୍କ ରଥଯାତ୍ରାର ପ୍ରସ୍ତୁତିରେ । ଜୁନ ୨୩ରେ ହେବାକୁ ଥିବା ରଥଯାତ୍ରା ପାଇଁ ରଥଖଳାରେ ପର୍ଯ୍ୟାୟ କ୍ରମେ ପହଞ୍ଚିଛି ରଥକାଠ । ଆଉ ଆଜି ନୟାଗଡ ବନଖଣ୍ଡରୁ ପହଞ୍ଚିଛି ପଞ୍ଚମ ପର୍ଯ୍ୟାୟ ରଥକାଠ । କୋରୋନାର ଅନେକ କଟକଣା ଭିତରେ ନୟାଗଡ ବନଖଣ୍ଡରୁ ୪୨ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିବା ପରେ ତାକୁ ରଥଖଳାରେ ରଖାଯାଇଛି । ସେପଟେ ରଥନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ। ସେଥିରୁ ୧୯୩ କାଠ ବଳକା ରହିଛି । ମୋଟ ୬୭୨ ଖଣ୍ଡ କାଠରୁ ପୂବରୁ ୧୭୫ ଖଣ୍ଡ କାଠ ଆସିଛି । ନୟାଗଡ ବନଖଣ୍ଡରୁ  ୪୨ ଖଣ୍ଡ କାଠରୁ  ଧଉରା ୧୨ଫୁଟିଆ ୧୧ଟି , ଅସନ ୨୦ଫୁଟିଆ ୫ଟି, ଧଉରା ୨୦ଫୁଟିଆ ୨୬ଟି କାଠ ଆସିଛି । ରାମ ନବମୀ ଦିନ ମଧ୍ୟ କଟକ ଖପୁରିଆସ୍ ମିଲରେ କାଠ ଚିରଟ କରାଯାଇଛି ।  ଏପ୍ରିଲ ୨୬ରେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେଣୁ କରୋନାକୁ ନେଇ ଲକ୍ ଡାଉନ ସ୍ଥିତି ଥିବାରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନର ଏକ ଉଚ୍ଚସ୍ତରୀୟ ବୈଠକ ପରେ ରଥଯାତ୍ରା କିଭଳି ହେବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ତତ୍ୱବଧାରକ ସୁଦର୍ଶନ ମେକାପ । 

Add Zee News as a Preferred Source

ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଅନୁକୂଳ ପାଇଁ ନିର୍ମାଣ ହେବ ରଥକଳାରେ ଚାଳି । ତାସହ ଚନ୍ଦନଯାତ୍ରା ପାଇଁ ବଡଦାଣ୍ଡରୁ ନରେନ୍ଦ୍ରକୋଣ ପର୍ଯ୍ୟନ୍ତ କରାଯିବ ଛାମୁଣ଼୍ଡିଆ । ଆଉ ସେସବୁକୁ ଭୋଇ ସେବକମାନେ କରିବେ । ସେପଟେ ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଡଙ୍ଗା ପାଇଁ ଅନେକ ନିର୍ମାଣ କାମକୁ ମହାରଣା ସେବକମାନେ କରିବେ । ତେଣୁ ଏସବୁ ସହ ରଥ ନିର୍ମାଣ ପାଇଁ ୭୭ ଜଣ ଭୋଇ ସେବକ ପୁରୀ ଜିଲାର ବିଭିନ୍ନ କୋଣରୁ ଆସିବାକୁ ଥିବାବେଳେ ମୋଟ ୧୮୦ରୁ ଉର୍ଦ୍ଧ ସେବକ ରଥ ନିର୍ମାଣରେ ସାମିଲ ହେବେ । ତେଣୁ ରଥ ନିର୍ମାଣ ସମୟରେ ଲକ୍ ଡାଉନ୍ ରହିଥିବାରୁ ଏତେ ଲୋକେ କିଭଳି ଆସିବେ ପୁଣି ସେମାନଙ୍କ ଭିତରେ କିଭଳି ରହିବ ସାମାଜିକ ଦୂରତ୍ୱ  ତାହା ସବୁଠୁ ଚିନ୍ତାର ବିଷୟ । 

ଚଳିତ ମାସରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ହେଲେ ରଥଯାତ୍ରାକୁ କିଭଳି କରାଯିବ ତାହା ଯେତିକି ଚିନ୍ତାଜନକ ନୁହେଁ, କୋରୋନା ସଂକ୍ରମଣ ଓ ଲକ୍ ଡାଉନ ବେଳେ ସଚେତନତା ଓ ସତର୍କତା ଅବଲମ୍ବନ କରି କିଭଳି ହେବ ତାହା ଏବେ ମୁଖ୍ୟ ଚ୍ୟାଲେଞ୍ଜ ।

About the Author