ଚାଲିଛି କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଦର୍ଶନ ପାଇଁ କରାଯାଇଛି ସ୍ୱତନ୍ତ୍ର ମାର୍ଗ
Advertisement

ଚାଲିଛି କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଦର୍ଶନ ପାଇଁ କରାଯାଇଛି ସ୍ୱତନ୍ତ୍ର ମାର୍ଗ

ଶ୍ରୀମନ୍ଦିର ସମ୍ମୁଖକୁ ଖୋଲିଲା ବାଟ। ଦୀର୍ଘ ୬ ମାସ ହେବ ରାଧାବଲ୍ଲଭ ମଠ ସମ୍ମୁଖରେ ଠିଆ ହୋଇ ଭକ୍ତ ପତିତପାବନଙ୍କୁ କରୁଥିଲେ ଦର୍ଶନ।

ଚାଲିଛି କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଦର୍ଶନ ପାଇଁ କରାଯାଇଛି ସ୍ୱତନ୍ତ୍ର ମାର୍ଗ

ସଞ୍ଜୟ ମହାପାତ୍ର,ପୁରୀ: ଶ୍ରୀମନ୍ଦିର (Srimandir) ନିକଟକୁ ଗଲେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ (Devotee)। ଶ୍ରୀନଅର ସମ୍ମୁଖରୁ କାକୁଡିଖାଇ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଦର୍ଶନ ମାର୍ଗ। ସେହି ପଟେ ହବିଷ୍ୟାଳି କିମ୍ବା ଶ୍ରଦ୍ଧାଳୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଶ୍ରୀମନ୍ଦିର ପରିକ୍ରମା କରୁଛନ୍ତି। ଶ୍ରୀମନ୍ଦିର ଖୋଲିବାକୁ ନେଇ ହୋଇଥିବା ଭର୍ଚୁଆଲ ବୈଠକ (Virtual Meeting) ରେ ମଧ୍ୟ ଭକ୍ତଙ୍କୁ ସିଂହଦ୍ୱାର ନିକଟ ଅରୁଣ ସ୍ତମ୍ଭ ପାଖକୁ ଛଡାଯାଉ ବୋଲି ପ୍ରସ୍ତାବ ଦିଆଯାଇଥିଲା। 

ଏହାକୁ ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ଗ୍ରହଣ କରିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ପୁରୀ ବିଧାୟକ (Puri MLA)। ପୂର୍ବ ଦର୍ଶନ ବ୍ୟବସ୍ଥାରେ ହବିଷ୍ୟାଳି ଦୂରରୁ ପତିତପାବନଙ୍କୁ ଦେଖିବାରେ ସମସ୍ୟା ହେଉଥିବା ବେଳେ ଏବେ କରାଯାଇଥିବା ବ୍ୟବସ୍ଥା ବେଶ ଭଲ ହେଲେ ଦିନକୁ ଥରେ କୋଭିଡ କଟକଣା ଭିତରେ ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ଭତରକୁ ଯଦି ହବିଷ୍ୟାଳିଙ୍କୁ ଛଡା ଯାଇପାରନନ୍ତା ତାହେଲେ କାର୍ତ୍ତିକ (Kartik) ମାସରେ ମହାକାର୍ତ୍ତିକ ବ୍ରତ (Kartik Vrat) ସଫଳ ହୋଇପାରନ୍ତା ବୋଲି କହିଛନ୍ତି ହବିଷ୍ୟାଳି।  

ଶ୍ରୀମନ୍ଦିର ସମ୍ମୁଖକୁ ଖୋଲିଲା ବାଟ। ଦୀର୍ଘ ୬ ମାସ ହେବ ରାଧାବଲ୍ଲଭ ମଠ ସମ୍ମୁଖରେ ଠିଆ ହୋଇ ଭକ୍ତ ପତିତପାବନଙ୍କୁ କରୁଥିଲେ ଦର୍ଶନ। ହେଲେ ବୟସ୍କ ଭକ୍ତ ପତିତପାବନଙ୍କୁ ଦର୍ଶନ ଦୂର ହେଇଥିବାରୁ ସମସ୍ୟା ଭୋଗ କରୁଥିଲେ। ଅନେକ ବାର ପ୍ରଶାସନକୁ ସେବାୟତ, ଭକ୍ତ କାର୍ତ୍ତିକ ମାସରେ ଅରୁଣ ସ୍ତମ୍ଭ ନିକଟକୁ ଭକ୍ତକୁ ଛାଡିବାପାଇଁ ପ୍ରସ୍ତାବ ଦିଆଯାଇଥିଲା। ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଗଲା ଦର୍ଶନ ବ୍ୟବସ୍ଥା। 

ଗ୍ରାଣ୍ଡ ସେଣ୍ଟର (Grand Centre) ସମ୍ମୁଖରୁ ବଡଦାଣ୍ଡରେ ବ୍ୟାରିକେଡ (Barricade) ଦେଇ ଭକ୍ତ ସିଧାସଳଖ ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚି ପାରୁଛନ୍ତି। ସେଠାରୁ ପତିତପାବନଙ୍କୁ ଦର୍ଶନ କରିବା ପରେ ଅରୁଣ ସ୍ତମ୍ଭ ନିକଟକୁ ଯିବାପାଇଁ ଓ ଛୁଇଁବା ପାଇଁ କଟକଣା ଥିବାରୁ ସେହିଠାରୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ପରିକ୍ରମା କରିବାର ବ୍ୟବସ୍ଥା ହୋଇଛି। ଏହି ଦର୍ଶନ ବ୍ୟବସ୍ଥା ଦ୍ୱାରା ଆଉ ବଡଦାଣ୍ଡରେ ଶ୍ରୀମନ୍ଦିର ସମ୍ମୁଖରେ ଗହଳି ହେବ ନାହିଁ ବୋଲି କହିଛନ୍ତି ବରିଷ୍ଠ ସେବାୟତ।

କୋଭିଡ କଟକଣାକୁ ନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା କରିଛନ୍ତି। ଧର୍ମ ମାସ କାର୍ତ୍ତିକରେ ଭକ୍ତଙ୍କୁ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରିବା ଦରକାର। ଅରୁଣ ସ୍ତମ୍ଭ ପାଖକୁ ଭକ୍ତ ଯାଉଛି ହେଲେ ସେଠି ତାକୁ ଛୁଇଁବା ସହ ପ୍ରଣାମ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉ। କେବଳ ହବିଷ୍ୟାଳିଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କଲେ ଭଲ ହେବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ। ସେପଟେ ସ୍ଥାୟୀ ବ୍ୟାରିକେଡ ଥିବା ଶ୍ରୀନଅର ସମ୍ମୁଖରୁ କିଛି ବ୍ୟାରିକେଡ ହଟାଇ କରାଯାଇଛି ଦର୍ଶନ ମାର୍ଗ। ସେଥିରେ କାକୁଡିଖାଇ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ସେହି ପଟେ ହବିଷ୍ୟାଳି କିମ୍ବା ଶ୍ରଦ୍ଧାଳୁ ଯାଉ ମହାପ୍ରଭୁଙ୍କ ଦର୍ଶନ କରି ଶ୍ରୀମନ୍ଦିର ପରିକ୍ରମା କରିପାରୁଛନ୍ତି।

ମହା କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ପତିତପାବନଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ହବିଷ୍ୟାଳି ଓ ଶ୍ରଦ୍ଧାଳୁ। ଆଗକୁ ନାଗାର୍ଜୁନ ବେଶ ପାଇଁ ଏହିଭଳି କିଛି ଦର୍ଶନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଶ୍ରଦ୍ଧାଳୁ। ରାଜ୍ୟ ସରକାର ଏହା ଉପରେ କଣ ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତଙ୍କର ଅପେକ୍ଷା।