• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

Snan Purnima-Rathyatra ପାଇଁ ପ୍ରସ୍ତୁତି ଜାରି; ଟିକାକରଣ ସାରିବାକୁ ଅଣ୍ଟାଭିଡି଼ଲା ପ୍ରଶାସନ

ଶୃଙ୍ଖଳିତ ନୀତିକାନ୍ତି ଏବଂ କୋଭିଡ୍ କଟକଣା ଅନୁପାଳନ କରି କିଭଳି କରାଯିବ ସେନେଇ ଜିଲ୍ଲାପାଳ ବିଭିନ୍ନ ନିଯୋଗ ସହ ଆଲୋଚନା କରିଛନ୍ତି। 

Snan Purnima-Rathyatra ପାଇଁ ପ୍ରସ୍ତୁତି ଜାରି; ଟିକାକରଣ ସାରିବାକୁ ଅଣ୍ଟାଭିଡି଼ଲା ପ୍ରଶାସନ

ପୁରୀ: ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ଶ୍ରୀମନ୍ଦିର ପ୍ରଶାସନ। ଛତିଷା ନିଯୋଗ ବୈଠକ ପୂର୍ବରୁ ପର୍ଯ୍ଯାୟ କ୍ରମେ ବିଭିନ୍ନ ନିଯୋଗ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ସ୍ନାନ ପୂର୍ଣ୍ଣିମାରେ ବେଦୀ ଉପରେ ଭିଡ ନକରିବା ଏବଂ ହାତୀ ବେଶକୁ ଓଲାଗି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରଖିବାକୁ ହୋଇଛି ନିଷ୍ପତ୍ତି। 

ସେପଟେ ଗତବର୍ଷ ଭଳି ସେବାୟତ ନିଯୋଗ କୋଭିଡ୍ ନିୟମ ଅନୁପାଳନ କରି ସୀମିତ ସଂଖ୍ୟକ ସଦସ୍ଯ ତାଲିକା ପ୍ରସ୍ତୁତ କରିଥିବା ଜଣାଇଛି। ଅପରପକ୍ଷେ ୭୦ ପ୍ରତିଶତ ସେବାୟତ ଗୋଟିଏ ଡୋଜ ଟିକା ନେଇସାରିଥିବା ବେଳେ ରଥଯାତ୍ରା ପୂର୍ବରୁ କୋଭିଡ୧୯ ଟିକାକରଣ (Covid19 Vaccination) ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ (Puri Collector) ସମର୍ଥ ବର୍ମା (Samarth Verma)। ସ୍ନାନ ପୂର୍ଣ୍ଣିମା (Snan Purnima 2021), ରଥଯାତ୍ରା (Rathyatra 2021) ଲାଗି ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହେଉଛି ରଣନୀତି। 

Also Read: Rathyatra 2021: ଆୟୋଜନ ନେଇ ଜୋରସୋରରେ ପ୍ରସ୍ତୁତି କରୁଛି Srimandir Administration

ବିନା ଭକ୍ତରେ ହେବ ସ୍ନାନ ପୂର୍ଣ୍ଣିମା ସହ ରଥଯାତ୍ରା। ଶୃଙ୍ଖଳିତ ନୀତିକାନ୍ତି ଏବଂ କୋଭିଡ୍ କଟକଣା ଅନୁପାଳନ କରି କିଭଳି କରାଯିବ ସେନେଇ ଜିଲ୍ଲାପାଳ ବିଭିନ୍ନ ନିଯୋଗ ସହ ଆଲୋଚନା କରିଛନ୍ତି। ବିଶେଷକରି ଦେବସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ସହ ସ୍ନାନ ନୀତି କିଭଳି ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ କରାଯିବ ସେନେଇ ପ୍ରାଥମିକ ଭାବେ ଆଲୋଚନା କରାଯାଇଛି। ବିନା ଭକ୍ତରେ ହେଉଥିବାରୁ ହାତୀ ବେଶ ଓଲାଗି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରଖିବା ଏବଂ ବିଗ୍ରହଙ୍କ ସମ୍ମୁଖକୁ ଖୋଲା ରଖିବା ନେଇ ଖୁଣ୍ଟିଆ ନିଯୋଗ ସହ ଆଲୋଚନା କରାଯାଇଛି। ସ୍ନାନ ପୂର୍ଣ୍ଣିମା ହେଉ ଅଥବା ରଥଯାତ୍ରା ସେବାୟତ ନିଯୋଗ ସଦସ୍ଯଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ କିଭଳି ସମସ୍ତ ସେବାୟତ ଦୁଇଟି ଡୋଜ ଟିକା ନେଇପାରିବେ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

Also Read: ଜୋରସୋରରେ ଚାଲିଛି ରଥ ନିର୍ମାଣ; ବିନା ବିନାଭକ୍ତରେ ପାଳିତ ହେବ ଦେବସ୍ନାନ ପୂର୍ଣ୍ଣିମା

ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଶ୍ରୀମନ୍ଦିର (Srimandir) ଠାରୁ ବଡଦାଣ୍ଡ (Puri Grand Road) ପର୍ଯ୍ୟନ୍ତ ୯ଟି ଜୋନ୍ କରାଯାଇଛି। ଏନେଇ ପୁରୀ ଏସପି ତିନୋଟି ପର୍ଯ୍ଯାୟ ସୁରକ୍ଷା ବୈଠକ କରିବା ସହ ଶ୍ରୀମନ୍ଦିର ଭିତର ବେଢା ଓ ସ୍ନାନବେଦୀରେ କିଭଳି ଶୃଙ୍ଖଳିତ ସୁରକ୍ଷା ବ୍ଯବସ୍ଥା କରାଯିବ ତାହା ଅନୁଧ୍ୟାନ କରିଛନ୍ତି। ସେପଟେ ୨୦୨୦ ରଥଯାତ୍ରା ପରିଚାଳନାକୁ ନେଇ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଇଛି। ସ୍ନାନ ପୂର୍ଣ୍ଣିମା ସହ ରଥଯାତ୍ରାରେ ଦୁଇଟି ଡୋଜ ଟିକା ନେଇଥିବା ପୋଲିସ କର୍ମଚାରୀଙ୍କୁ (Police Staff) ନିୟୋଜିତ କରାଯିବ ବୋଲି କହିଛନ୍ତି ପୁରୀ ଏସପି (Puri SP) ଡ.କନୱାର ବିଶାଲ ସିଂହ (Dr.Kanwar Vishal Singh)।

Also Read: Rathyatra 2021: ପୂର୍ଣ୍ଣାଙ୍ଗ ଟିକାକରଣ ପାଇଁ ଦାବି ଜଣାଇଲେ ଶ୍ରୀମନ୍ଦିର ସେବାୟତ

ଛତିଷା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ (Srimandir Administration) ପକ୍ଷରୁ ଲାଗୁ ହେବାକୁ ଥିବା ଚୁଡାନ୍ତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) ନେଇ କରାଯିବ ସମସ୍ତ ବ୍ଯବସ୍ଥା। ବିନାଭକ୍ତରେ କରାଯାଉଥିବାରୁ ସ୍ନାନ ପୂର୍ଣ୍ଣିମା ରଥଯାତ୍ରା କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ କରାଯାଇଛି ବ୍ଯବସ୍ଥା।