କୋରୋନା କଟକଣାରେ ପାଳିତ ହେବ ଚନ୍ଦନ ଯାତ୍ରା; Srimandir Adminstration ପକ୍ଷରୁ ପ୍ରସ୍ତୁତି ଜାରି
Advertisement

କୋରୋନା କଟକଣାରେ ପାଳିତ ହେବ ଚନ୍ଦନ ଯାତ୍ରା; Srimandir Adminstration ପକ୍ଷରୁ ପ୍ରସ୍ତୁତି ଜାରି

ବିନା ଭକ୍ତରେ ହେବ ବାହାର ଚନ୍ଦନଯାତ୍ରା, ଅକ୍ଷୟ ତୃତୀୟା ନୀତି ସହ ରଥ ଅନୁକୂଳ।

କୋରୋନା କଟକଣାରେ ପାଳିତ ହେବ ଚନ୍ଦନ ଯାତ୍ରା;  Srimandir Adminstration ପକ୍ଷରୁ ପ୍ରସ୍ତୁତି ଜାରି

ପୁରୀ: ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ହେବ ବାହାର ଚନ୍ଦନଯାତ୍ରା। ସ୍ୱତନ୍ତ୍ର ଏସଓପି ଜାରି କରାଯାଇ ବିନା ଭକ୍ତରେ ହେବ ଚନ୍ଦନଯାତ୍ରା ସହିତ ରଥ ଅନୁକୂଳ ପର୍ବ। କୋଭିଡ୍ ନେଗେଟିଭ ରିପୋର୍ଟ ଥିବା ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହା କରାଯିବ। ମେ ୧୦ ତାରିଖ ସୋମବାର ମୁଖ୍ଯ ପ୍ରଶାସକଙ୍କ ଅଧ୍ଯକ୍ଷତାରେ ବସିଥିବା ଭର୍ଚ୍ଯୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଇଥିବା ବେଳେ ଆସନ୍ତାକାଲି ଠାରୁ ୩ ଦିନ ଧରି ସେବାୟତଙ୍କ ସହ ରଥ ନିର୍ମାଣ ସେବକଙ୍କ ହେବ କୋଭିଡ୍ ଟେଷ୍ଟ। ସେପଟେ ଏହି ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ପ୍ରସ୍ତୁତ କରାଯାଇଛି ରଣନୀତି।

ଚନ୍ଦନଯାତ୍ରାକୁ ଆଉ ରହିଲା ମାତ୍ର ୪ ଦିନ। ବିନା ଭକ୍ତରେ ହେବ ବାହାର ଚନ୍ଦନଯାତ୍ରା (Chandan Yatra), ଅକ୍ଷୟ ତୃତୀୟା (Akshaya Tritiya) ନୀତି ସହ ରଥ ଅନୁକୂଳ। ସେପଟେ ଚନ୍ଦନ ଯାତ୍ରାକୁ ନେଇ ଜାରି ହେବ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) ଅର୍ଥାତ ମାର୍ଗଦର୍ଶିକା। ଏନେଇ ମୁଖ୍ୟ ପ୍ରଶାସକଙ୍କ ଅଧ୍ଯକ୍ଷତାରେ ବସିଛି ଭର୍ଚ୍ଯୁଆଲ ବୈଠକ। କୋଭିଡ୍ କଟକଣାକୁ ନେଇ ଜାରି ହୋଇଥିବା ଲକଡାଉନ ନିୟମାବଳୀ (Lockdown Guidelines) ଯେଭଳି ଉଲଂଘନ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ। 

Also Read: ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ

ସେପଟେ ବିନା କୋଭିଡ୍ ଟେଷ୍ଟରେ (Covid Test) ଚନ୍ଦନଯାତ୍ରାରେ କୌଣସି ସେବକ ସାମିଲ ହୋଇପାରିବେ ନାହିଁ। ପ୍ରାଥମିକତା ଭିତ୍ତିରେ ଚନ୍ଦନଯାତ୍ରା ସହ ଜଡିତ ସେବକଙ୍କ ସମସ୍ତ ରଥ ନିର୍ମାଣ ସେବକଙ୍କର ଆସନ୍ତାକାଲି ଠାରୁ ଉତ୍କଳ ହିନ୍ଦୀ ବିଦ୍ଯାପୀଠ ଠାରେ ୩ ଦିନ ଧରି କୋରୋନା ପରୀକ୍ଷା କରାଯିବ। ସେପଟେ ଚନ୍ଦନଯାତ୍ରାକୁ ନେଇ ନରେନ୍ଦ୍ର ପୁଷ୍କରିଣୀରେ ଏବଂ ଚନ୍ଦନ ଚକଡା ଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ସେପଟେ ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ନିର୍ଦ୍ଦେଶ ଅନୁସାରେ ରଥ ନିର୍ମାଣ ସେବକ ଟିକା ନେଇସାରିଥିବା ବେଳେ ଏବେ କୋଭିଡ୍ ଟେଷ୍ଟ ପାଇଁ ସମସ୍ତେ ପ୍ରସ୍ତୁତ ଥିବା କହିଛନ୍ତି ଭୋଇ ସର୍ଦ୍ଦାର।

Also Read: Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ

ସେପଟେ ବିନାଭକ୍ତରେ ଚନ୍ଦନଯାତ୍ରା ପାଇଁ ପୁଲିସ ପକ୍ଷରୁ କରାଯାଉଛି ସ୍ୱତନ୍ତ୍ର ରଣନୀତି। ଶ୍ରୀମନ୍ଦିର ନିକଟରୁ ଚନ୍ଦନ ପୁଷ୍କରିଣୀ ପର୍ଯ୍ୟନ୍ତ ମୁତୟନ ହେବେ ପୋଲିସ। ଜନଗହଳି ନିୟନ୍ତ୍ରଣ ଉପରେ ଦିଆଯିବ ସର୍ବାଧିକ ଗୁରୁତ୍ୱ। ନରେନ୍ଦ୍ର ପୁଷ୍କରିଣୀ ପରିସରରେ ୧୪୪ ଧାରା ଜାରି କରାଯିବା ସହ ଭକ୍ତ ଶୂନ୍ୟ ରଖାଯିବ ବୋଲି କହିଛନ୍ତି ପୁରୀ ଏସପି। ଜନହିତକୁ ଦୃଷ୍ଟିରେ ରଖି ବାବା ଲିଙ୍ଗରାଜଙ୍କ ଯେଭଳି କଟକଣା ଭିତ୍ତିରେ ଚନ୍ଦନଯାତ୍ରା କରାଯାଉଛି ସେହିଭଳି ପୁରୀ ଚନ୍ଦନଯାତ୍ରା କରାଯାଉ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ।

Also Read: ବଢୁଛି କୋଭିଡ୍ ସଂକ୍ରମଣ; ମୁକାବିଲା ପାଇଁ ଆକ୍ସନମୁଡରେ ପ୍ରଶାସନ

ସୋମବାର ପୁରୀରେ ରେକର୍ଡ ଛୁଇଁଛି କୋଭିଡ ସ୍ଥିତି। ପୂର୍ବରୁ ୫ ଶହ ଉପରେ ରହୁଥିବା ବେଳେ ଆଜି ୭୦୦ ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥର କଟକଣା ଭିତ୍ତିରେ ଶ୍ରୀକ୍ଷେତ୍ରରେ ଯାନିଯାତ୍ରା ନକଲେ ସଂକ୍ରମଣ ହାର ରୋକିବା ପ୍ରଶାସନ ପାଇଁ ଏକ ବଡ ଚ୍ଯାଲେଞ୍ଜ ଭାବେ ଉଭା ହେବ।