• ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
  • ୧୦୮ ସୁବାସିତ ଗରା ଜଳରେ ସ୍ନାନ କରିବେ ଶ୍ରୀଜିଉ
  • କୋରୋନା କାଳରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ
  • ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନ
  • ଟିମ୍ ଇଣ୍ଡିଆକୁ ହରାଇ ହେଲା ବିଶ୍ୱ ଚାମ୍ପିୟନ
  • ସାଉଥହମ୍ପଟନରେ ନିରାଶ ହେଲା ବିରାଟ ବାହିନୀ

କାଳବୈଶାଖୀ ପବନରେ ଭୁଷୁଡି ପଡିଲା ନୀଳଚକ୍ର ବାଉଁଶ

ବର୍ତ୍ତମାନ ଚାଲିଥିବା  କୋରୋନା କାଳରେ ଏ ଘଟଣାକୁ ନେଇ କେହି କେହି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

କାଳବୈଶାଖୀ ପବନରେ ଭୁଷୁଡି ପଡିଲା ନୀଳଚକ୍ର ବାଉଁଶ

ପୁରୀ: ଶ୍ରୀମନ୍ଦିରରେ ଅଘଟଣ। କାଳବୈଶାଖୀ ପ୍ରଭାବରେ ଭୁଷୁଡି ପଡିଲା ନୀଳଚକ୍ରର ବାଉଁଶ। ନୀଳଚକ୍ର ବାନା ଲାଗିଥିବା ବାଉଁଶର ତଳବାନ୍ଧୁଣି ଅର୍ଥାତ କରଡା ଫାସ ନଥିବା କାରଣରୁ ଏହା ପବନରେ ଭୁଷୁଡି ପଡିବା ସହ ନୀଳଚକ୍ରରେ ଝୁଲୁଛି। ଏଭଳି ଘଟଣା ଭକ୍ତଙ୍କୁ ବେଶ ବିଚଳିତ କରିଛି। ଯେତେବେଳେ କୌଣସି ବିପଦ ଆସେ ସେତେବେଳେ ମହାପ୍ରଭୁଙ୍କ ନୀଳଚକ୍ର ବାନାରୁ ଏହାର ପୂର୍ବାଭାସ ମିଳିଥାଏ। 

ବର୍ତ୍ତମାନ ଚାଲିଥିବା  କୋରୋନା କାଳରେ ଏ ଘଟଣାକୁ ନେଇ କେହି କେହି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମଙ୍ଗଳବାର ମଧ୍ୟାନ୍ନ  ସମୟ ପ୍ରାୟ ସାଢେ ଗୋଟାଏ। କେଉଁଆଡୁ ହଠାତ ଘୋଟି ଆସିଲା କାଳବୈଶାଖୀ। ଝଡ ବତାସରେ ଦିଶୁନଥାଏ ଶ୍ରୀକ୍ଷେତ୍ର। ପବନ ସହ ପ୍ରବଳ ବର୍ଷା ସହରକୁ ଅନ୍ଧକାର ଘୋଟି ରଖିଥାଏ। ସେହି ସମୟରେ କାଳବୈଶାଖୀ କାରଣରୁ ଶ୍ରୀମନ୍ଦିରର ନୀଳଚକ୍ର ବାନା ଲାଗିଥିବା ବାଉଁଶଟି ଢେର ଲାଗିଥିବା ସ୍ଥାନରୁ ଖସି ଯାଇଥିଲା। 

Also Read: କୋରୋନା କଟକଣାରେ ପାଳିତ ହେବ ଚନ୍ଦନ ଯାତ୍ରା; Srimandir Adminstration ପକ୍ଷରୁ ପ୍ରସ୍ତୁତି ଜାରି

ଯାହା ଫଳରେ ନୀଳଚକ୍ର ଉପର ଅଂଶର କରଡା ଫାସରେ ଝୁଲି ପଡିଥିଲା। କେବଳ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ଖୋଦ୍ ଚୁନରା ସେବକଙ୍କ କଥାରୁ ସ୍ପଷ୍ଟ ବାରିହୋଇପଡିଛି। ତାଙ୍କର କହିବା କଥା ନୀଳଚକ୍ର ବାନା ଲାଗିଥିବା ବାଉଁଶଟିର ଲମ୍ବ ପ୍ରାୟ ୨୫ ହାତ ହୋଇଥାଏ। ମାତ୍ର ଏବେ ୧୪-୧୬ ହାତ ଲମ୍ବର ବାଉଁଶ ଲାଗୁଛି। ଏହାକୁ ନୀଳଚକ୍ରର ଉପର ଭାଗରେ ଥିବା ପଦ୍ମପାଖୁଡା ଏବଂ ତଳ ଭାଗରେ ରହିଥିବା ଅଖରେ ବନ୍ଧାଯାଇଥାଏ। ଯେହେତୁ ଏଥିରେ କୌଣସି ଧାତବ ପଦାର୍ଥରେ ପ୍ରସ୍ତୁତ ତାର ଅଥବା ଦଉଡି ବ୍ଯବହାର ହୋଇନଥାଏ।

ପତିତପାବନ ବାନାରେ ପ୍ରସ୍ତୁତ କରଡା ଫାସରେ ବନ୍ଧା ହୋଇ ବାଉଁଶକୁ ମଜବୁତ ରଖାଯାଏ। ହେଲେ ମଙ୍ଗଳବାର ବାଉଁଶରେ କେବଳ ଗୋଟିଏ ଅଂଶରେ ବନ୍ଧାଯାଇଥିଲା। ନୀଳଚକ୍ରର ଉପର ଅଂଶର ପଦ୍ମ ପାଖୁଡାରେ ବନ୍ଧାଯାଇଥିଲେ ମଧ୍ୟ ତଳ ଅଂଶକୁ ତଳେ ଢେର ଦେଇ ଛାଡି ଦିଆଯାଇଥିଲା। ଫଳରେ କାଳବୈଶାଖୀ ପବନରେ ଏହା ଭୁଷୁଡି ପଡିଥିବା ଚୁନରା ସେବକ କହିଛନ୍ତି। ଏହା ଫଳରେ ନୀତିକାନ୍ତିରେ କୌଣସି ପ୍ରଭାବ ପଡିନାହିଁ ବୋଲି ଜଣାପଡିଛି।

Also Read: Corona Alert: କଟକଣାରେ ହେବ ରଥ ନିର୍ମାଣ, ଚନ୍ଦନ ଯାତ୍ରାକୁ ନେଇ ଚାଲିଛି ବିଚାରବିମର୍ଶ

 

ସେପଟେ ଟିକେଟିକେ ଅବହେଳା ପାଇଁ ନୀଳଚକ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ, ପ୍ରତ୍ନତତ୍ତ୍ୱ ବିଭାଗ ସହ ସେବାୟତ ମଧ୍ୟ ଅଧିକ ଯତ୍ନବାନ ହେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।