ଶ୍ରୀମନ୍ଦିର ସଂସ୍କାର ମାମଲାର ଆଜି ଶୁଣାଣି
Advertisement

ଶ୍ରୀମନ୍ଦିର ସଂସ୍କାର ମାମଲାର ଆଜି ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ । ପ୍ରଧାନବିଚାରପତି ଏସ୍‌.ଏ. ବୋବଡେ, ବିଚାରପତି ବି. ଆର ଗାଭାଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହେବ।

ଫାଇଲ ଫଟୋ

ଗଗମ ବିଶ୍ୱାଳ, ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ । ପ୍ରଧାନବିଚାରପତି ଏସ୍‌.ଏ. ବୋବଡେ, ବିଚାରପତି ବି. ଆର ଗାଭାଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହେବ। ନଭେମ୍ବର ୪ରେ  କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଶ୍ରୀ ମନ୍ଦିର ପରିଚାଳନା କମିଟି ନିର୍ଦ୍ଦେଶନାମାର ଶହେ ପୃଷ୍ଠା ସମ୍ବଳିତ କାର୍ଯ୍ୟାନୁଷ୍ଠାନ (ଆକ୍ସନ ଟେକେନ୍) ରିପୋର୍ଟ ଦାଖଲ କରିଥିବା ନେଇ ଓଡ଼ିଶାର ଆଇନଜୀବୀ ମାନେ ସୂଚନା ଦେଇଛନ୍ତି । ପୂର୍ବ ଶୁଣାଣିରେ କୋର୍ଟ ୨୨ଟି ନିର୍ଦ୍ଦେଶ ନାମ ଜାରି କରିଥିଲେ। ତା ମଧ୍ୟରୁ ଅନେକ କାର୍ଯ୍ୟ ସରିଛି ଏବଂ ଆଉ କିଛି କାର୍ଯ୍ୟ ଜାରି ରହିଛି ।

ମହାପ୍ରଭୁଙ୍କର ଦ୍ୱାର ଖୋଲା ନୀତିର ଅବରୋଧକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ । ଏଥିରେ କୁହାଯାଇଛି, ମହାପ୍ରଭୁଙ୍କର ଦ୍ୱାର ଖୋଲା ନୀତି ଅବରୋଧ ଘଟଣାର ୨୦୧୮ ଡିସେମ୍ବର ୨୮ରେ ତଦନ୍ତ କରାଯାଇଥିଲା । ତଦନ୍ତ ସରିବା ପରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଜଗନ୍ନାଥ ମନ୍ଦିର ଆଇନ ୧୯୫୪ର ସେକ୍ସନ ୨୧ (କ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରସ୍ତାବିତ ୱେବ୍‌ ପୋର୍ଟାଲରେ ଦୈନନ୍ଦିନ ପାଳନ କରାଯାଉଥିବା ନୀତି, ପୂଜାର ବିବରଣୀ ସମାହିତ କରାଯିବ। ପ୍ରଶାସକ (ନୀତି)ଙ୍କ ଦ୍ୱାରା ସାପ୍ତାହିକ ସମୀକ୍ଷା ହେବ । ସେବକଙ୍କ ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟର ସମ୍ପର୍କରେ କମିଟି କହିଛି , ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳମ୍ ପ୍ରତିଷ୍ଠା ପାଇଁ ନିଷ୍ପତି ନିଆଯାଇଛି । ପୁରୀ ସହରର ମାଟିତୋଟା ମୌଜାର ୧୫ ଏକର ମନ୍ଦିର ଜମି ଚିହ୍ନଟ ହୋଇଛି । 

ଜମି ସମ୍ପର୍କରେ କମିଟି ଦର୍ଶାଇଛି, ୬୦ ହଜାର ଏକରରୁ ଅଧିକ ଜମି ଶ୍ରୀ ଜଗନ୍ନାଥ ଏହି ଦୁଇଟିର କ୍ଷମତା ରହିଛି ୩୭୮ କୋଠରୀ। ନରେନ୍ଦ୍ରକୋଣ ପାଖରେ ରାଜ୍ୟ ସରକାରଙ୍କ ଦ୍ବାରା ବିଧବା ମାନଙ୍କର ରହଣି ପାଇଁ ନିର୍ମାଣ ବ୍ୟବସ୍ଥା କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟ ୨୦୨୦ ସୁଦ୍ଧା ସରିବ। ଏଥିରେ ୩ ହଜାର ଲୋକଙ୍କ ରହିବା ବ୍ୟବସ୍ଥା ହେବ। ମନ୍ଦିର ପ୍ରଶାସନ ଦ୍ବାରା ବିଭିନ୍ନ ସଂସ୍ଥାମାନଙ୍କ ସହଯୋଗରେ ୫ଟି ନିବାସ ନିର୍ମାଣ କରାଯିବ। ଯେଉଁଥିରେ ୧ ହଜାରୁ ଅଧିକ କୋଠରୀ ରହିବ।

ସେବକଙ୍କର ଅର୍ଥନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ କୁହାଯାଇଛି । ଦର୍ଶାଯାଇଛି, ସେମାନଙ୍କ ପାଇଁ ପେନସନ୍, ସ୍ୱାସ୍ଥ୍ୟ ବୀମା, ଛାତ୍ରବୃତ୍ତି, ଆର୍ଥିକ ସହାୟତା, ଦୁର୍ଘଟଣାଜନିତ ବୀମା ତଥା ଗୁରୁତର ସ୍ଥିତିରେ ଥିବା ସେବକଙ୍କ ପାଇଁ ବଜେଟ୍‌ରେ ୫୦ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି ।

ମହାପ୍ରଭୁଙ୍କ ଭକ୍ତମାନେ ଦେଉଥିବା ସୁନା ଅଳଙ୍କାର ସମ୍ପର୍କରେ ରିପୋର୍ଟରେ କୁହାଯାଇଛି, ୧୩ ମଇ, ୧୯୭୮ରୁ ୨୩ ଜୁଲାଇ, ୧୯୭୮ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଆଦେଶ ଅନୁସାରେ ଶ୍ରୀ ଜଗନ୍ନାଥଙ୍କ ସୁନା, ରୁପା ଅନ୍ୟାନ୍ୟ ସାମଗ୍ରୀର ତାଲିକା ପ୍ରସ୍ତୁତ କରାଯାଇଥିଲା । ସେହି ମୂଲ୍ୟବାନ ବସ୍ତୁ ଓ ଅଳଙ୍କାରଗୁଡ଼ିକ ଶ୍ରୀଜଗନ୍ନାଥଙ୍କ ଭିତର ଓ ବାହାର ରତ୍ନ ଭଣ୍ଡାରରେ ଚାବି ଦ୍ୱାରା ବନ୍ଦ କରାଯାଇ ରଖାଯାଇଛି । ମନ୍ଦିରର ନାଟ ମଣ୍ଡପ ନିକଟସ୍ଥ ହୁଣ୍ଡିରୁ ସଂଗୃହିତ ଦାନ ପ୍ରତ୍ୟେକ ଦିନ ନାଜିର ପାଖରେ ଜମା କରାଯାଇଥାଏ, ଯିଏ ତାହାକୁ ଡବଲ ଲକ୍ କରି ରଖୁଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

ଆହୁରି ପଢ଼ନ୍ତୁ; ପୁରୀରେ ପାକିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା