ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ମିଳିଲା ଇଟାଲୀୟ ଗୋଲ୍ଡେନ୍ ବାଲୁକା କଳା ପୁରସ୍କାର
ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଯାଏ ଚାଲିବ । ଏହି ଅବସରରେ ସେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ମହାତ୍ମା ଗାନ୍ଧିଙ୍କ ବାଲୁକା କଳା ନିର୍ମାଣ କରିଥିଲେ । ଏହି ଉତ୍ସବରେ ୮ଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି ।
Trending Photos
)
ପୁରୀ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଶନିବାର ଇଟାଲୀୟ ଅନ୍ତର୍ଜାତୀୟ ବାଲୁକା କଳା ପୁରସ୍କାର ୨୦୧୯ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ମିଳିଛି ‘ଇଟାଲିୟନ ଗୋଲ୍ ଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ-୨୦୧୯’ । ଇଟାଲିର ରୋମ୍ ରେ ଆୟୋଜିତ ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଉତ୍ସବରେ ଏପରି ସମ୍ମାନରେ ସମ୍ମାନିତ ହୋଇଛନ୍ତି ସୁଦର୍ଶନ । ଏହି ଉତ୍ସବରେ ଭାରତୀୟ ହାଇକମିଶନର ଉପମୁଖ୍ୟ ନିହାରିକା ସିଂହ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ଏହି ସମ୍ମାନ ମିଳିଛି ।
ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଯାଏ ଚାଲିବ । ଏହି ଅବସରରେ ସେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ମହାତ୍ମା ଗାନ୍ଧିଙ୍କ ବାଲୁକା କଳା ନିର୍ମାଣ କରିଥିଲେ । ଏହି ଉତ୍ସବରେ ୮ଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି ।
ଇଟାଲୀରେ ଚଳିତ ମାସ ୧୩ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ସ୍କୋରାନା ସ୍ୟାଣ୍ଡ ନାଟିଭିଟି ଉତ୍ସବରେ ସୁଦର୍ଶନଙ୍କୁ ଏହି ପୁରସ୍କାର ଦିଆଯାଇଛି । ସୁଦର୍ଶନ ଏହି ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିଥିଲା ।