ବଡଦାଣ୍ଡକୁ ନ ଆସିଲେ ମଧ୍ୟ ଘରେ ରହି କାଳିଆ ଠାକୁରଙ୍କୁ ଆରାଧନା କରିବା ତାଙ୍କୁ ବେଶ୍ ଖୁସି ଦେଇଛି ବୋଲି କହିଛନ୍ତି ।,
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: ବିନାଭକ୍ତରେ ହେଲା ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରରେ ନୃତ୍ୟଶିଳ୍ପୀମାନେ ମହାପ୍ରଭୁଙ୍କ ଆଗରେ ନୃତ୍ୟ ପ୍ରଦର୍ଶନ କରି ତାଙ୍କୁ ସ୍ୱାଗତ କରିଥାନ୍ତି । ହେଲେ କୋରୋନା କଟକଣା ଯୋଗୁଁ ୧୪୪ଧାରା ଲାଗୁ ହୋଇିଥିବାରୁ ଏହା ହୋଇପାରିନଥିଲା ।
ହେଲେ ଜଣେ ନୃତ୍ୟଶିଳ୍ପୀ ବଜାୟ ରଖିଛନ୍ତି ପରମ୍ପରା । ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟଶିଳ୍ପୀ ରୋଜାଲିନ ମହାନ୍ତି ନିଜ ଘର ଛାତ ଉପରେ ମହାପ୍ରଭୁଙ୍କ ଫଟୋଚିତ୍ର ରଖି ଓଡିଶୀ ବେଶଭୁଷାରେ ମଙ୍ଗଳା ଚରଣ ଓ ବନ୍ଦନା ନୃତ୍ୟ ପରିବେଷଣ କରି ସାନିଧ୍ୟ ଲାଭ କରିଛନ୍ତି । ବଡଦାଣ୍ଡକୁ ନ ଆସିଲେ ମଧ୍ୟ ଘରେ ରହି କାଳିଆ ଠାକୁରଙ୍କୁ ଆରାଧନା କରିବା ତାଙ୍କୁ ବେଶ୍ ଖୁସି ଦେଇଛି ବୋଲି କହିଛନ୍ତି ।,