ବିଶେଷକରି ସିଂହଦ୍ୱାର ଦେଇ ଭକ୍ତ, ସେବକ, ପୁଲିସ, ଜେଟିପି ଆଦି ବହୁ ସଂଖ୍ୟାରେ ଚଳପ୍ରଚଳ କରିଥାନ୍ତି । ଏଣୁ ସିଂହଦ୍ଵାର, ଅରୁଣସ୍ତମ୍ଭ ଚକଡା , ବେରିକ୍ୟାଡ ଓ ଫୁଲ କୁଣ୍ଡ ଅଞ୍ଚଳରେ କେମିକାଲ ସିଞ୍ଚନ କରାଯାଇଛି ।
Trending Photos
)
ସଞ୍ଜୟ ମହାପାତ୍ର, ପୁରୀ: କୋରୋନା ଯୋଗୁଁ ଆଜି ଶ୍ରୀମନ୍ଦିର ଚତୁପାର୍ଶ୍ୱକୁ ବିଶୋଧିତ କରାଯାଇଛି । ଦମକଳ ସାହାଯ୍ୟରେ ଅଗ୍ନିଶମ ବିଭାଗର ଟେକ୍ନିକାଲ ଟିମ୍ ସୋଡିଅମ୍ ହାଇପୋକ୍ଲୋରାଇଡ ସଲ୍ଯୁସନକୁ ତା ପରିମାଣ ଅନୁସାରେ ପାଣିରେ ମିଶାଇ ସିଞ୍ଚନ କରିଛନ୍ତି । ଶ୍ରୀମନ୍ଦିର ଚତୁପାର୍ଶ୍ୱର ପରିକ୍ରମା ମାର୍ଗ ସହ ଚାରିଦ୍ୱାରକୁ ମଧ୍ୟ ବିଶୋଧିତ କରାଯାଇଛି ।
ବିଶେଷକରି ସିଂହଦ୍ୱାର ଦେଇ ଭକ୍ତ, ସେବକ, ପୁଲିସ, ଜେଟିପି ଆଦି ବହୁ ସଂଖ୍ୟାରେ ଚଳପ୍ରଚଳ କରିଥାନ୍ତି । ଏଣୁ ସିଂହଦ୍ଵାର, ଅରୁଣସ୍ତମ୍ଭ ଚକଡା , ବେରିକ୍ୟାଡ ଓ ଫୁଲ କୁଣ୍ଡ ଅଞ୍ଚଳରେ କେମିକାଲ ସିଞ୍ଚନ କରାଯାଇଛି । ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସବୁ କାର୍ଯ୍ୟ କରାଯାଇଛି । ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଲୋକଙ୍କ ଚଳପ୍ରଚଳ ଓ ପୂର୍ବରୁ ଶ୍ରୀମନ୍ଦିର ଉତ୍ତରପାର୍ଶ୍ୱରେ ଲକ୍ଷ୍ମୀ ବଜାର ପରିବା ହାଟ ଚାଲୁଥିବା ଯୋଗୁଁ ବିଶୋଧନ କରାଯିବାର ଆବଶ୍ୟକତା ରହିଥିଲା । ଏହାକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏଭଳି କେମିକାଲ ସିଞ୍ଚନ ପ୍ରକ୍ରିୟା ଦ୍ୱାରା ଶ୍ରୀମନ୍ଦିର ଚତୁପାର୍ଶ୍ୱ ବିଶୋଧିତ ହୋଇପାରିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ।