ଆଉ ରହିଲା ୧୮ ଦିନ, ବିନା ଭକ୍ତରେ ହେବ ନାଗାର୍ଜୁନ ବେଶ
Advertisement

ଆଉ ରହିଲା ୧୮ ଦିନ, ବିନା ଭକ୍ତରେ ହେବ ନାଗାର୍ଜୁନ ବେଶ

ଏଥର ବିନା ଭକ୍ତରେ ହେବ ନାଗାର୍ଜୁନ ବେଶ।

ଆଉ ରହିଲା ୧୮ ଦିନ, ବିନା ଭକ୍ତରେ ହେବ ନାଗାର୍ଜୁନ ବେଶ

ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀମନ୍ଦିର (Srimandir)ରେ  ନାଗାର୍ଜୁନ ବେଶ (Nagarjuna Besha)କୁ ଆଉ ରହିଲା ୧୮ ଦିନ। ବିଧି ଅନୁଯାୟୀ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ।  ଏନେଇ ପବିତ୍ର ଦଶହରା ଦିନ ଅନୁକୂଳ ହେଇଛି ଏହି ବେଶର ନିର୍ମାଣ କାର୍ଯ୍ୟ। ଏଯାବତ ଏହାର ନିର୍ମାଣ କାର୍ଯ୍ୟ ବେଶ ଅଗ୍ରଗତି ହୋଇଛି। ବେଶର ହାଣ୍ଡିଆ, ତାଟି, ଧେନୁ ଆଦି କାର୍ଯ୍ୟ ସରିଥିବା ବେଳେ ସେଥିରେ କନା ପକା କାର୍ଯ୍ୟ ଚାଲିଛି। 

ବାକି କାର୍ଯ୍ୟ ସବୁ ସାରି ନଭେମ୍ବର ୨୬ ତାରିଖରେ ବେଶକୁ ଶ୍ରୀମନ୍ଦିରକୁ ନିଆଯାଇ ଗାରଦଙ୍କୁ ଦିଆଯିବ ବୋଲି କହିଛନ୍ତି ବେଶ ଅନୁମତି ପାଇଥିବା ସେବାୟତ। ସେପଟେ ଶୁଦ୍ଧପୁତ ରହି ବେଶ କାମ ଚାଲିଥିବା ବେଳେ ସିଂହାରୀ ସେବାୟତଙ୍କ ଦ୍ୱାରା ମାପ ଆଧାରରେ ପ୍ରଥମେ ବଳଭଦ୍ରଙ୍କ ଓ ପରେ ଶ୍ରୀଜଗନ୍ନାଥଙ୍କ ବେଶ ତିଆରି କରାଯାଉଛି ବୋଲି କହିଛନ୍ତି ବେଶ ନିର୍ମାଣ କାରିଗର। ଶ୍ରୀମନ୍ଦିର ପ୍ରଶାସନର ଯାହା ନିର୍ଦ୍ଦେଶ ଆସିବ ସେ ନେଇ ପୁଲିସ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଏସପି (Puri Police)।

ଦଶହରାରୁ ଆରମ୍ଭ ହୋଇଛି ନାଗାର୍ଜୁନ ବେଶ ପ୍ରସ୍ତୁତି। ଶ୍ରୀମନ୍ଦିରରୁ ମାଳମାହାର୍ଦ୍ଦ ଚକ୍ରକୋଟ ଜାଗା ଘରକୁ ବିଜେ କରିବା ପରେ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଥିଲା। ନାଗାର୍ଜୁନ ବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଠାରୁ ସ୍ୱୀକୃତି ପାଇବା  ପରେ ସେବାୟତ ବଳରାମ ଖୁଣ୍ଟିଆ ସଂକଳ୍ପ କରିଥିଲେ। ହୋମଯଜ୍ଞ ସହିତ ଅନୁକୂଳ ହୋଇଥିଲା ନାଗାର୍ଜୁନ ବେଶର ନିର୍ମାଣ। ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କର ହେବ ନାଗାର୍ଜୁନ ବେଶ। ଚଳିତ କାର୍ତ୍ତିକ ମାସ ପଞ୍ଚୁକରେ ଅର୍ଥାତ ନଭେମ୍ବର ୨୭ ତାରିଖରେ ଏହି ବେଶ ଅନୁଷ୍ଠିତ ହେବ। ବେଶ କାରିଗର ବିଜୟା ଦଶମୀରେ ସେମାନଙ୍କର ଆୟୁଧ ଏବଂ ବେଶ ସରଞ୍ଜାମ ପୂଜା ହେବାପରେ ବେଶ ଆନୁଷ୍ଠାନିକ ଭାବେ ନିର୍ମାଣ ଆରମ୍ଭ କରିଛନ୍ତି।

ନାଗାବେଶ ପାଇଁ ହାଣ୍ଡିଆ, ତାଟି, ଦାଢି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ କରାଯାଉଛି। ସୋଲ ,ଜରି ଓ ଜମ୍ବୁରା ଆଦିରେ ବେଶ କରାଯାଉଛି। ବେଶରେ ଢାଲ, ଖଣ୍ଡା,ଧନୁ ଓ ତୀର ସଂଯୁକ୍ତ ପଟି, ହାଣ୍ଡିଆ, ବାଘଛାଲ, ୧୭ ହତିଆର ସହ ବାଘନଖ, ଚଅଁର, ଦାଢି, ନିଶ ଆଦିରେ ବିଭୁଷିତ ହେବେ ମହାପ୍ରଭୁ। ଚକ୍ରକୋଟ ସେବାୟତଙ୍କ ଘରେ ବେଶ କାରିଗର ବେଶ ତିଆରିରେ ନିମଗ୍ନ ରହିଛନ୍ତି। ବିନା ଭକ୍ତରେ ବେଶ ହେଉଥିବାରୁ କିଭଳି ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ସେବାୟତ।

ବିନା ଭକ୍ତରେ ହେବ ଚଳିତ ବର୍ଷର ଦୁର୍ଲଭ ନାଗାର୍ଜୁନ ବେଶ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ୧୯୯୩-୧୯୯୪ ମସିହାରେ ଲାଗାତାର ୨ ବର୍ଷ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତ। ୧୯୯୪ ନଭେମ୍ବର ୧୬ ମଳ ତ୍ରୟୋଦଶୀ ତିଥିରେ ପଡିଥିଲା ନାଗାର୍ଜୁନ ବେଶ। ହେଲେ ଚଳିତ ବର୍ଷ କାର୍ତ୍ତିକ ଦ୍ୱାଦଶୀ ମଳ ତିଥିରେ ପଡୁଛି ନାଗାର୍ଜୁନ ବେଶ। ଭକ୍ତ କିନ୍ତୁ ଅପେକ୍ଷା କରିଛି ମହାପ୍ରଭୁଙ୍କ ଇଚ୍ଛା ଥିଲେ ନାଗାର୍ଜୁନ ବେଶକୁ ଦର୍ଶନ କରିବ।

ହେଲେ କୋଭିଡ୧୯ (Covid19)ପ୍ରକୋପକୁ ନଜରରେ ରଖି ଚଳିତ ବର୍ଷ ରଥଯାତ୍ରା ଭଳି ବିନା ଭକ୍ତରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଫଳରେ ଦୀର୍ଘ ୨୬ ବର୍ଷ ପରେ ନାଗାର୍ଜୁନ ବେଶ ପଡୁଥିଲେ ମଧ୍ୟ ଭକ୍ତ ଦର୍ଶନ କରିନପାରି ନିରାଶ ହେବେ ବୋଲି ଜଣାପଡିଛି। ହେଲେ ନାଗାର୍ଜୁନ ବେଶ ଦିନ କିଭଳି ରହିବ ଦର୍ଶନ ବ୍ୟବସ୍ଥା ବା ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ କଟକଣା କରାଯିବ ସେ ନେଇ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପୋଲିସ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଏସପି।

ଚଳିତ ବର୍ଷ କାର୍ତ୍ତିକ ଦ୍ୱାଦଶୀ ମଳ ତିଥିରେ ପଡୁଛି ନାଗାର୍ଜୁନ ବେଶ। ଭକ୍ତ କିନ୍ତୁ ଅପେକ୍ଷା କରିଛି ମହାପ୍ରଭୁଙ୍କ ଇଚ୍ଛା ଥିଲେ ନାଗାର୍ଜୁନ ବେଶକୁ ଦର୍ଶନ କରିବ। ହେଲେ କୋରୋନା ଭୟାବହତାକୁ ନଜରରେ ରଖି ଚଳିତ ବର୍ଷ ରଥଯାତ୍ରା ଭଳି ବିନା ଭକ୍ତରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଫଳରେ ଦୀର୍ଘ ୨୬ବର୍ଷପରେ ନାଗାର୍ଜୁନ ବେଶ ପଡୁଥିଲେ ମଧ୍ୟ ଭକ୍ତ ଦର୍ଶନ କରିନପାରି ନିରାଶ ହେବେ ବୋଲି ଜଣାପଡୁଛି।