ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତ ଯୁବକ ଜିନ୍ସ ଫ୍ୟାଣ୍ଚ ଓ ସାର୍ଟ ପିନ୍ଧିଛନ୍ତି । ତାଙ୍କୁ ହତ୍ୟା କରି ରାସ୍ତା କଡରେ ଫୋପାଡି ଦିଆଯାଇଥିବା ଅନୁମାନ କରାଯାଉଛି ।
Trending Photos

ପୁରୀ: ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତ ଯୁବକ ଜିନ୍ସ ଫ୍ୟାଣ୍ଚ ଓ ସାର୍ଟ ପିନ୍ଧିଛନ୍ତି । ତାଙ୍କୁ ହତ୍ୟା କରି ରାସ୍ତା କଡରେ ଫୋପାଡି ଦିଆଯାଇଥିବା ଅନୁମାନ କରାଯାଉଛି ।
ସୂଚନା ମୁତାବକ, ପୁରୀ ସଦରଥାନା ଅନ୍ତର୍ଗତ ସାମୁକା ପ୍ରକଳ୍ପ ନିକଟ ରାସ୍ତା ନିକଟରେ ଦେଖିବାକୁ ମିଳିଛି ଏହି ମୃତଦେହ । ତାଙ୍କ ଶରୀରରେ ଫୋଟକା ହୋଇଥିବା ଜଣାପଡିଛି । ଅନ୍ୟ କେଉଁଠି ତାଙ୍କୁ ହତ୍ୟା କରି ରାସ୍ତା କଡରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ତେବେ ଖବର ଲେଖାହେବା ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବା ଜଣାପଡିଛି । ପୋଲିସର ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ।
ଆହୁରି ପଢନ୍ତୁ; ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଜିତ ପାୱାର !
More Stories
Comments - Join the Discussion