• ଭୁବନେଶ୍ବରରେ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ ପାଇଁ MoU ସ୍ବାକ୍ଷରିତ
  • ବାଗ୍‌ଚୀ ଦମ୍ପତିଙ୍କ ଦାନ ଅନେକଙ୍କୁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ
  • ହସ୍ପିଟାଲ ଓ ପ୍ରଯତ୍ନ କେନ୍ଦ୍ର ପାଇଁ ୩୪୦ କୋଟି ଦେଇଛନ୍ତି ବାଗ୍‌ଚୀ ଦମ୍ପତି
  • ଶନିବାର ଓ ରବିବାର ବନ୍ଦ ରହିବ ଧର୍ମଗଡ଼ ସହରର ସବୁ ଦୋକାନ
  • ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ
  • କୋରୋନାରେ ଆକ୍ରାନ୍ତ ଥିଲେ ଅଜିତ ମଙ୍ଗରାଜ
  • ଅଜିତ ମଙ୍ଗରାଜ ମଙ୍ଗାରାଜଙ୍କ ଦେହାନ୍ତ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
  • ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • IPL2021: ହାଇଦ୍ରାବାଦ ହାତରୁ ବେଙ୍ଗାଲୁରୁ ଛଡାଇ ଆଣିଲେ ମ୍ୟାଚ
  • ୬ ରନରେ ବିଜୟୀ ହେଲା ଆରସିବି

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ

 ଶ୍ରୀମନ୍ଦିର ପରିସରରେ ମୋବାଇଲରେ କଥାହେଉଥିବା ଜଣେ ଯୁବକଙ୍କ ଫଟୋ ଭାଇରାଲ ହୋଇଛି

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ

ସଞ୍ଜୟ ମହାପାତ୍ର, ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ । ଶ୍ରୀମନ୍ଦିର ପରିସରରେ ମୋବାଇଲରେ କଥାହେଉଥିବା ଜଣେ ଯୁବକଙ୍କ ଫଟୋ ଭାଇରାଲ ହୋଇଛି । ଏହି ଭାଇରାଲ ଫଟୋରେ ଯୁବକ ଜଣଙ୍କ ଚାହାଣି ମଣ୍ଡପରେ ଛିଡା ହୋଇ ମୋବାଇଲରେ କଥା ହେଉଥିବା ନଜରକୁ ଆସିଛି। 

ଯୁବକଙ୍କ ଡ୍ରେସକୁ ଦେଖିଲେ ପୁଲିସ, ସେବାୟତ କି ଜେଟିପି ଭଳି ଦେଖାଯାଉନାହାନ୍ତି ।  ତେବେ ଏ ଯୁବକ କିଏ, କିପରି ନିଜ ମୋବାଇଲକୁ ଶ୍ରୀମନ୍ଦିର ଭିତରକୁ ନେଲା ଓ ଘଣ୍ଟାଘଣ୍ଟା ଧରି କଥା ହେଉଥିଲେ ବି ତାକୁ କେହି ଧରିବାକୁ ସକ୍ଷମ ନହେବା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତର ଭିଜୁଆଲ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଚିଇଁକି ଉଠୁଛି ମାତ୍ର ମନ୍ଦିର ଭିତରେ ଫଟୋ ଉଠାଯାଉଥିବା ସମୟରେ ହେଉ କି ମୋବାଇଲ ନେବା ସମୟରେ ପୁଲିସ ଜାଣି ପାରୁନାହିଁ । ଫଳରେ ଆଜି ଏଭଳି ପରିସ୍ଥିତି ସାମ୍ନାକୁ ଆସିବାରେ ଲାଗିଛି ।