Advertisement
Article Detail0/zeeodisha/odisha661750
Zee OdishaPuriରଥଯାତ୍ରା ଉପରେ ପଡ଼ିବ କି କୋରୋନା ପ୍ରଭାବ ?

ରଥଯାତ୍ରା ଉପରେ ପଡ଼ିବ କି କୋରୋନା ପ୍ରଭାବ ?

ପ୍ରଶାସନର ଯାହା ନିଷ୍ପତ୍ତି ହେବ ସେନେଇ ଆମେ କାମ କରିବୁ ବୋଲି କହିଛନ୍ତି ରଥନିର୍ମାଣରେ ନିୟୋଜିତ ଭୋଇ ସର୍ଦ୍ଧାର  । 

ଫାଇଲ ଫଟୋ
ଫାଇଲ ଫଟୋ

ସଞ୍ଜୟ କୁମାର ମହାପାତ୍ର, ପୁରୀ: ଚଳିତ ବର୍ଷ ଜୁନ ୨୩ରେ ହେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା  । ଆଉ ଆସନ୍ତାକାଲି ଆରମ୍ଭ ହେବ ନିର୍ମାଣର ପ୍ରସ୍ତୁତି । ଶ୍ରୀରାମ ନବମୀରେ ହେବ ରଥକାଠ ଚିରଟ ଅନୁକୂଳ ପର୍ବ । ସେପଟେ ଏପ୍ରିଲ ୨୬ ଅକ୍ଷୟ ତୃତୀୟା ତିଥିରେ ହେବ ରଥନିର୍ମାଣ ଅନୁକୂଳ  । ସେନେଇ ପୁରୀରେ ଏଯାବତ ପହଞ୍ଚିସାରିଲଣି ଚାରୋଟି ଦଫାରେ ୧୩୩ ଖଣ୍ଡ କାଠ  । ତେଣୁ ରଥଯାତ୍ରାକୁ ଆଉ ତିନି ମାସ ଥିବାରୁ କୋରୋନାର ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ତତ୍ତ୍ୱବଧାରକ  । ପ୍ରଶାସନର ଯାହା ନିଷ୍ପତ୍ତି ହେବ ସେନେଇ ଆମେ କାମ କରିବୁ ବୋଲି କହିଛନ୍ତି ରଥନିର୍ମାଣରେ ନିୟୋଜିତ ଭୋଇ ସର୍ଦ୍ଧାର  । 

ତେବେ ଆଜି ଅଶୋକାଷ୍ଟମୀରେ ରୁକୁଣା ରଥ ବନ୍ଦ କରିବା ପରମ୍ପରା ବିରୁଦ୍ଧ । ସେବାୟତ ଓ ପ୍ରଶାସନର ସମନ୍ୱୟର ଅଭାବରୁ ଏଭଳି ପରିସ୍ଥିତି । ତେଣୁ ମହାପ୍ରଭୁଙ୍କ ରଥଯାତ୍ରା ନିହାତୀ କରାଯିବ । ହେଲେ ଯଦି ପୁରୀରେ କୌଣସି କୋରୋନା ପଜିଟିଭ ବାହାରନ୍ତି, ତେବେ ରଥଯାତ୍ରାକୁ ବନ୍ଦ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାଶ ମହାପାତ୍ର  ।

କୋରୋନାକୁ ନେଇ ପ୍ରଭାବିତ ହେଲା ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା  । ଆଉ ଏଭଳି ଶେଷ ମୁହୂର୍ତ୍ତରେ ରଥଯାତ୍ରା ବନ୍ଦ କରିବା ପରମ୍ପରା ବିରୋଧୀ ଓ ପ୍ରଶାସନ ଏବଂ ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ଏଭଳି ରଥଯାତ୍ରା ବନ୍ଦ ହେବା ପ୍ରଶାସନର ଅପରଗତା  । ତେଣୁ ଏହାକୁ ନେଇ ମହାପ୍ରଭୁଙ୍କର ଘୋଷଯାତ୍ରାକୁ ନେଇ ଦେଖାଦେଲେଣି ବିବାଦ । ଯଦି ପୁରୀରେ କୋରୋନା ପଜିଟିଭ ଦେଖାଦିଏ, ତେବେ ଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟ ବନ୍ଦ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମ ଚନ୍ଦ୍ର ଦାସ ମହାପାତ୍ର । ତେବେ ଏନେଇ ଚଳିତ ମାସରେ ମଧ୍ୟ ବସିବ ରଥଯାତ୍ରା ସମନ୍ୱୟ କମିଟି ବୈଠକ ।

Add Zee News as a Preferred Source

ସେପଟେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ସବ କମିଟି ବୈଠକରେ ମଧ୍ୟ ତିନି ମାସ ପାଇଁ ବଜେଟ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପଠାଯାଇଛି । ତେବେ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ସେବାୟତମାନେ ପ୍ରସ୍ତୁତ ହେଉଛନ୍ତି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ରୁକୁଣା ରଥ ବନ୍ଦ ହୋଇଯିବା ହେଉଛି ମହାପ୍ରଭୁଙ୍କ ଲୀଳା । ଚିନ୍ତାମଣି ଚାହିଁଲେ ସେ ତାଙ୍କର ଘୋଷଯାତ୍ରା କରିବେ । ରଥଯାତ୍ରା ହେଲେ ସମସ୍ତଙ୍କର ସହଯୋଗ ରହୁ । ପୂର୍ବରୁ ଏତେ ସମସ୍ୟା ଆସିଛି ହେଲେ ପୁରୀରେ ରଥଯାତ୍ରା କେବେବି ବନ୍ଦ ହୋଇନି । ତେଣୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯାହା ପରାମର୍ଶ ଦେବେ ତାହାହିଁ କରାଯାଉ ବୋଲି କହିଛନ୍ତି ଜଗନ୍ନାଥ ଗବେଷକ ।

About the Author