ଦିଆସିଲି କାଠିରେ ବିଶ୍ୱର ସର୍ବପ୍ରଥମ ସାଇକେଲ ପ୍ରଦର୍ଶିତ
Advertisement
Article Detail0/zeeodisha/odisha912482

ଦିଆସିଲି କାଠିରେ ବିଶ୍ୱର ସର୍ବପ୍ରଥମ ସାଇକେଲ ପ୍ରଦର୍ଶିତ

ଏହି ସାଇକେଲର ଲମ୍ବ ପ୍ରାୟ ୫୦ ଇଞ୍ଚ ଏବଂ ଓସାର ପ୍ରାୟ ୨୫ଇଞ୍ଚ। 

ଦିଆସିଲି କାଠିରେ ବିଶ୍ୱର ସର୍ବପ୍ରଥମ ସାଇକେଲ ପ୍ରଦର୍ଶିତ

ପୁରୀ: ବିଶ୍ୱ ବାଇ ସାଇକେଲ ଦିବସ ଅବସରରେ କେବଳ ଦିଆସିଲି କାଠିରେ ସାଇକେଲ ଗଢିଛନ୍ତି ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବ ଶିଳ୍ପୀ ଶାସ୍ୱତ ରଞ୍ଜନ ସାହୁ। ନିଖୁଣ କଳାକୃତୀ ଜରିଆରେ ସେ ୧୮ ଶହ ଶତାବ୍ଦୀର ଲୋକେ ବ୍ଯବହାର କରୁଥିବା ପେନି ଫର୍ଦିଂ ବାଇ ସାଇକେଲ ପ୍ରସ୍ତୁତ କରିଛନ୍ତି।

ଏହି ସାଇକେଲର (Cycle) ଆଗ ଚକଟି ବଡ ଥିବା ବେଳେ ପଛ ଚକଟି ଆଗ ଚକ ଠାରୁ ଅପେକ୍ଷାକୃତ ସାନ। ଏଥିରେ ହ୍ଯାଣ୍ଡେଲ (Cycle Handle) ସହ ବସିବା ପାଇଁ ସିଟ୍ (Cycle Seat) ରହିଛି। ସମ୍ପୂର୍ଣ୍ଣ ଭାବେ ଦିଆସିଲି କାଠିରେ (Match Stick) ଏହି ଆକର୍ଷଣୀୟ କଳାକୃତୀକୁ ନିର୍ମାଣ କରାଯାଇଛି। ପୂର୍ବରୁ ଲୋକେ ଦୂରଯାତ୍ରା ପାଇଁ ବ୍ୟବହାର କରୁଥିବା ବେଳେ ଏବେ ଅନେକ ଲୋକ ସାଇକେଲ ଚଳାଇବା ଅପେକ୍ଷା ଗାଡି ଚଳାଇବାକୁ ପସନ୍ଦ କରୁଛନ୍ତି।

Also Read: Ice cream କାଠିରେ ୧୦ ଇଞ୍ଚର କେଦାରନାଥ ମନ୍ଦିର

ଯାହା ଫଳରେ ପରିବେଶ ପ୍ରଦୂଷଣର ମାତ୍ରା ବଢିଚାଲିଛି। ଶରୀରକୁ ସୁସ୍ଥ ରଖିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସାଇକେଲ ଚଳାଇବାକୁ ନିଜର କଳାକୃତୀ ଜରିଆରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ। 

Also Read: ଯୁବଶିଳ୍ପୀଙ୍କ ଅଭିନବ ଉଦ୍ୟମ, ଦିଆସିଲ କାଠିରେ ପ୍ରସ୍ତୁତ କଲେ ମହାପ୍ରଭୁଙ୍କ ଚାପ

ଏହି ପେନି ଫର୍ଦିଂ ବାଇସାଇକେଲ (Penny Farthing Bicycle) କଳାକୃତୀର ଲମ୍ବ ପ୍ରାୟ ୫୦ ଇଞ୍ଚ ଏବଂ ଓସାର ପ୍ରାୟ ୨୫ଇଞ୍ଚ। ଏଥିରେ ମୋଟ ୩୬୫୩ଟି ଦିଆସିଲି କାଠି ବ୍ଯବହାର କରାଯାଇଛି। ଏହାକୁ ଗଢିବାକୁ ପ୍ରାୟ ୭ ଦିନ ଲାଗିଥିବା କହିଛନ୍ତି ସେ।