Advertisement
Article Detail0/zeeodisha/odisha2814819
Zee OdishaRatha YatraDASHAMULA MODAKA: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ଼

DASHAMULA MODAKA: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ଼

DASHAMULA MODAKA: ତେବେ ଏନେଇ ଅନ୍ୟ ସେବକ ମାନେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ମୁଖ୍ୟ ପ୍ରଶାସକ କହିଛନ୍ତି ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ଅଭିଯୋଗ ସତ୍ୟ ଆଧାରିତ ନୁହେଁ। ଦଇତାପତି ନିଯୋଗ ସମ୍ପାଦକ ନିଜେ ଗାରଦରୁ ମୋଦକ ଠାକୁରଙ୍କୁ ଲାଗି କରିବାକୁ ନେଇଥିଲେ। ଅଭିଯୋଗ ଆଧାରରେ ତଦନ୍ତ ହେବ।

DASHAMULA MODAKA: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ଼

DASHAMULA MODAKA: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ। ହଳଧରଙ୍କ ଅଭିଯୋଗରେ ମତ ମିଳାଇଲେ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ତଲବ କଲେ ଆଇନ ମନ୍ତ୍ରୀ। ପ୍ରାରମ୍ଭିକ ତଦନ୍ତରୁ ଅଭିଯୋଗ ସତ୍ୟ ଆଧାରିତ ନୁହେଁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଚୋରୀ ଘଟଣା , ତଦନ୍ତ ପରେ ସ୍ପଷ୍ଟ ହେବ। ସିସିଟିଭି ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଦାବି କଲେ ଶ୍ରୀମନ୍ଦିର ସେବକ।

ଅନବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ୭୦ ମୋଦକ କମ୍ ପଡ଼ିବା ନେଇ ବାଡଗ୍ରାହୀଙ୍କ ଅଭିଯୋଗ ପରେ ଜୋର୍ ଧରିଛି ଚୋରି ଚର୍ଚ୍ଚା। କିଏ ଓ କାହିଁକି ଚୋରୀ କଲା ଅମୁଣିଆ ମୋଦକ!!ଅଣସର ଦଶମୀ ତିଥିରେ ୭ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦରେ ଜମା କରିଥିଲେ ୩୧୩ ମୋଦକ।ତେବେ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ନିକଟରେ ଏହାକୁ ଲାଗି କରାଯିବାର ବିଧି ରହିଥାଏ। କିନ୍ତୁ ୭୦ ମୋଦକ୍ କମ୍ ଥିବା ନେଇ ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ କମାଣ୍ଡର ଙ୍କୁ ଏନେଇ ଚିଠି କରିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ଚିଠିରେ ୭୦ ଟି ମୋଦକ କମ୍ ରହିଥିବା ଅଭିଯୋଗ ହୋଇଥିବା ବେଳେ ମାରା ମୋଦକ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥିବା ଅଭିଯୋଗ କରିଛନ୍ତି ହଳଧର ଦାସ ମହାପାତ୍ର। ତେବେ ଏନେଇ ଅନ୍ୟ ସେବକ ମାନେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ମୁଖ୍ୟ ପ୍ରଶାସକ କହିଛନ୍ତି ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ଅଭିଯୋଗ ସତ୍ୟ ଆଧାରିତ ନୁହେଁ। ଦଇତାପତି ନିଯୋଗ ସମ୍ପାଦକ ନିଜେ ଗାରଦରୁ ମୋଦକ ଠାକୁରଙ୍କୁ ଲାଗି କରିବାକୁ ନେଇଥିଲେ। ଅଭିଯୋଗ ଆଧାରରେ ତଦନ୍ତ ହେବ।

 ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ତଲବ କରିଛନ୍ତି ଆଇନମନ୍ତ୍ରୀ ।ଆଇନ ମନ୍ତ୍ରୀ କହିଛନ୍ତି ଚୋରୀ ଅଭିଯୋଗ ସତ ନୁହେଁ। ମୁଖ୍ୟ ପ୍ରଶାସକଙ୍କ ସହ ସେ କଥା ହୋଇଛନ୍ତି। କିଛି ଲୋକ ମିଛ ପତିଆରା ପାଇଁ ବିଭ୍ରାନ୍ତ କରୁଛନ୍ତି। କିନ୍ତୁ ହଳଧର ଙ୍କ ଅଭିଯୋଗ ରେ ମତ ମିଳାଇ ଛନ୍ତି ମହାପ୍ରଭୁଙ୍କ ବାଡ ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଜଗନ୍ନାଥ ସ୍ବାଇଁ ମହାପାତ୍ର ,କହିଛନ୍ତି ମୋଦକ କମ୍ ପଡ଼ିବା ସତ। ୩୧୩ ଟି ମୋଦକ ରୁ କେମିତି ଉଭାନ ହେଲା ୭୦ ମୋଦକ। ସିସିଟିଭି ଆଧାରରେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜଗନ୍ନାଥ। କିନ୍ତୁ ଏଯାବତ୍ ନିଯୋଗ ତରଫରୁ ମିଳିନି କୌଣସି ସ୍ପଷ୍ଟତା ବା କୌଣସି ପ୍ରତିକ୍ରିୟା। ତେବେ ତଦନ୍ତ ପରେ ସତ୍ୟତା ସ୍ପଷ୍ଟ ହେବ। କିନ୍ତୁ ଅଭିଯୋଗ ସତ ହୋଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ସେବାୟତ।

Add Zee News as a Preferred Source
About the Author