Advertisement
Article Detail0/zeeodisha/odisha2832024
Zee OdishaRatha YatraRathyatra 2025: ସରିଲା ରଥଯାତ୍ରା, ଆଜି ନୀଳାଚଳ ଅବଢ଼ା

Rathyatra 2025: ସରିଲା ରଥଯାତ୍ରା, ଆଜି ନୀଳାଚଳ ଅବଢ଼ା

ପୁରୀ: ଏ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଛି। ମଙ୍ଗଳବାର ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଛନ୍ତି। ଏହାଦ୍ୱାରା ୧୨ ଦିନିଆଯାତ୍ରା ସମାପ୍ତ ହୋଇଛି। ଆଜି ଶ୍ରୀମନ୍ଦିରରେ ପ୍ରଥମ ଅବଢ଼ା ଭୋଗ କରାଯିବ। ଏହା ନୀଳାଚଳ ଅବଢ଼ା ଭାବେ ପରିଚିତ। ଏହି ଅଭଡ଼ା ପାଇବା ପାଇଁ ଭକ୍ତ ମାନେ ଅତି ବ୍ୟାକୁଳତା ର ସହ ଅପେକ୍ଷା କରିଥା

Rathyatra 2025: ସରିଲା ରଥଯାତ୍ରା, ଆଜି ନୀଳାଚଳ ଅବଢ଼ା

Rathyatra 2025: ପୁରୀ: ଏ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଛି। ମଙ୍ଗଳବାର ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଛନ୍ତି। ଏହାଦ୍ୱାରା ୧୨ ଦିନିଆଯାତ୍ରା ସମାପ୍ତ ହୋଇଛି। ଆଜି ଶ୍ରୀମନ୍ଦିରରେ ପ୍ରଥମ ଅବଢ଼ା ଭୋଗ କରାଯିବ। ଏହା ନୀଳାଚଳ ଅବଢ଼ା ଭାବେ ପରିଚିତ। ଏହି ଅଭଡ଼ା ପାଇବା ପାଇଁ ଭକ୍ତ ମାନେ ଅତି ବ୍ୟାକୁଳତା ର ସହ ଅପେକ୍ଷା କରିଥାନ୍ତି। ତେବେ ଆଜି ଅପରାହ୍ନ ରେ ଏହି ଅଭଡ଼ା ବାହାରିବ।

ପରମ୍ପରା ଅନୁସାରେ ଗତ ସନ୍ଧ୍ୟାରେ ସମସ୍ତ ଆବଶ୍ୟକ ନୀତିକାନ୍ତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ଯାଇଥିଲା। ଏହାପରେ ସିଂହାସନ ମାଜଣା ଓ ପୁଷ୍ପାଞ୍ଜଳୀ ଦିଆଯାଇ ପ୍ରଭୁଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀମନ୍ଦିର ସିଂହାସନ ବିଜେ କରିଥିଲେ ସୁଦର୍ଶନ। ଏହାପରେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ରାତି ପ୍ରାୟ ୮ଟା ବେଳକୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ବିଜେ ପରେ ଆରମ୍ଭ ହୋଇଥିବା ଦେବୀ ସୁଭଦ୍ରାଙ୍କ ପହଣ୍ଡି। ପରେ ଶ୍ରର ଜଗନ୍ନାଥଙ୍କ ପହଣ୍ଡି ସମୟରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା। ମାନ ଭଞ୍ଜନ କାର୍ଯ୍ୟକ୍ରମ ପରେ ତାଙ୍କୁ ରତ୍ନ ସିଂହାସନ ବିଜେ କରାଯାଇ ରୁନ୍ଧା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

ରତ୍ନ ସିଂହାସନ ବିଜେ ପରେ ରଥ ଉପରୁ ଚାରମାଳ ଫିଟା ଯାଇଛି। ପରେ ଚକା ପୋଛା, ସିଂହାସନ ଧୁଆ ଆଦି ନୀତି ସମ୍ପାଦନ ହୋଇଥିଲା। ତେବେ ଆଜି ଶ୍ରୀମନ୍ଦିର ରେ ନବ ଦିନାତ୍ମକ ଯାତ୍ରା ପରେ ମହାପ୍ରଭୁ ଙ୍କ ପ୍ରଥମ ମହାପ୍ରସାଦ ବାହାରିବ। ଯାହା କି ନୀଳାଚଳ ଅବଢା ନାମରେ ବେଶ ପ୍ରସିଦ୍ଧ

Add Zee News as a Preferred Source
About the Author