Advertisement
Article Detail0/zeeodisha/odisha2822161
Zee OdishaRatha YatraPuri Rath Yatra: ଆଜି ହେରା ପଞ୍ଚମୀ, ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Puri Rath Yatra: ଆଜି ହେରା ପଞ୍ଚମୀ, ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ହେରା ପଞ୍ଚମୀ। ଅଭିମାନିନୀ ମା ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ। ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚ ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ସୋମବାର ଯଜ୍ଞ ମଣ୍ତପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ

Puri Rath Yatra: ଆଜି ହେରା ପଞ୍ଚମୀ, ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Puri Rath Yatra: ଭୁବନେଶ୍ୱର: ଆଜି ହେଉଛି ପବିତ୍ର ହେରା ପଞ୍ଚମୀ। ଅଭିମାନିନୀ ମା ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ। ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚ ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ସୋମବାର ଯଜ୍ଞ ମଣ୍ତପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । 

ପାଳିଆ ମହାଜନ ମାଆ ମହାଲକ୍ଷ୍ମୀଙ୍କୁ ମାଜଣା କରିବା ସହ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୂଜାପଣ୍ତା ସେବକ ପନ୍ତି ଭୋଗ କରିବେ। ଘଣ୍ଟ, ଛତା, ପଟୁଆରରେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ତ ଦେଇ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭାଙ୍ଗିବେ। ଏହାପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ତେବେ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାରେ ସାମିଲ୍ ହେବା ପାଇଁ ପ୍ରତିଟି ଭକ୍ତ ଚାହିଁ ରହିଛନ୍ତି। 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେରାପଞ୍ଚମୀ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।  ମଙ୍ଗଳବାର ରାତି ସାଢ଼େ ୯ଟାରେ ମା'ଲକ୍ଷ୍ମୀ ଠାକୁରାଣୀ ରଥ ନିକଟରେ  ପାରମ୍ପରିକ ନୀତି ସାରି ଜଗମୋହନକୁ ବିଜେ କରିବେ । ପରେ ମହାଲକ୍ଷ୍ମୀଙ୍କୁ  ଆଜ୍ଞାମାଳ ଲାଗି ହୋଇ ସନ୍ଧ୍ୟାଧୂପ ଶେଷ ହେବ ୯ଟା ୫୦ରେ । 

Add Zee News as a Preferred Source

୧୧ଟାରେ  ମଇଲମ ହୋଇ ସାଢ଼େ ୧୧ଟାରେ ମହାପ୍ରଭୁଙ୍କୁ ଚନ୍ଦନ ଲାଗି କରାଯିବ । ରାତି  ୧୨ଟାରେ ବଡ଼ସିଂହାର ବେଶ ହୋଇ ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ହୋଇ  ଠାକୁରଙ୍କ ରାତ୍ର ପହୁଡ଼ ୧ଟା ସୁଦ୍ଧା ହେବ ବୋଲି ପ୍ରଶାସନ ସମୟ ଧାର୍ଯ୍ୟ ହୋଇଛି ।  ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଲାଗିବ ।

About the Author