Advertisement
Article Detail0/zeeodisha/odisha695941
Zee OdishaRayagada୨ଟି ଶ୍ରମିକ ସ୍ପେଶାଲ ଟ୍ରେନରେ କେରଳରୁ ଫେରିଲେ ୧୦୦ ପ୍ରବାସୀ ଓଡ଼ିଆ

୨ଟି ଶ୍ରମିକ ସ୍ପେଶାଲ ଟ୍ରେନରେ କେରଳରୁ ଫେରିଲେ ୧୦୦ ପ୍ରବାସୀ ଓଡ଼ିଆ

ପ୍ରବାସୀ ଶ୍ରମିକ ଆସିବା ଖବର ପାଇ ରାୟଗଡ଼ା ଉପଜିଲ୍ଲାପାଳ ଆଜି ସ୍ଥାନୀୟ ଗଜପତି ଛକରୁ ସାଇ ଇଣ୍ଟର ନାସିନାଲ ଛକ ପର୍ଯ୍ୟନ୍ତ ଓ ଷ୍ଟେସନ ଏରିଆରେ ୧୪୪ଧାରା ଜାରି କରିଥିଲେ । 

୨ଟି ଶ୍ରମିକ ସ୍ପେଶାଲ ଟ୍ରେନରେ କେରଳରୁ ଫେରିଲେ ୧୦୦ ପ୍ରବାସୀ ଓଡ଼ିଆ

ରାୟଗଡା: ଦକ୍ଷିଣ ଭାରତରେ କେରଳରେ କାମଧନ୍ଦା ପାଇଁ ଯାଇଥିବା ପ୍ରବାସୀ ଶ୍ରମିକ ଆଜି ବିଭିନ୍ନ ଶ୍ରମିକ ଦୁଇଟି ଟ୍ରେନରେ ରାୟଗଡାରେ ପହଞ୍ଚିଛନ୍ତି । କୋରୋନା ମହାମାରୀ ଯୋଗୁଁ ଲକଡାଉନ୍ ହେବା ପରେ କେରଳରେ ବିଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଫଳରେ ଶ୍ରମିକମାନେ ନିଜ ନିଜ ଭିଟା ମାଟିକୁ ଫେରିବା ନିମନ୍ତେ ପଞ୍ଜିକୃତ କରିଥିବା ୨ଟି ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ସୂଚନା ରେଳ ବିଭାଗ ତରଫରୁ ଜଣାଇଥିଲେ । ଏଥିପାଇଁ ଜିଲ୍ଳାପାଳ ରାୟଗଡ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମିକମାନଙ୍କୁ ସ୍ଵାଗତ କରିବା ପାଇଁ ରାୟଗଡ ରେଳ ଷ୍ଟେସନରେ ଜିଲ୍ଲା ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଟ୍ରେନ ନମ୍ବର -ଓ୦୬୧୩୦ଯୋଗେ କେରଳର ତିରୁଭାଲରୁ ନବରଙ୍ଗପୁରର ୩୧ ଜଣ, ରାୟଗଡାର ୨ ଜଣ,କୋରାପୁଟର ୨ ଜଣ, କନ୍ଧମାଳର ୨ ଜଣ ଓ ଗଜପତିର ୩ ଜଣ ମିଶି ମୋଟ ୪୦ ଜଣ ଶ୍ରମିକ ଓଡ଼ିଶା ଫେରିଛନ୍ତି । ସେହିପରି ଦ୍ଵିତୀୟ ଟ୍ରେନ ନମ୍ବର ୦୬୧୩୧ରେ ପୁଣି କେରଳର ତିରୁଭାଲରୁ ବଲାଙ୍ଗିର ଟ୍ରେନରେ ୬୦ ଜଣ  କେବଳ ନବରଙ୍ଗପୁର ଜିଲ୍ଲାର ପ୍ରବାସୀ ଶ୍ରମିକ ଆସିଥିଲେ । ଦୁଇ ଗୋଟି ଟ୍ରେନରେ ଆଜି ସର୍ବମୋଟ ୧୦୦ ଜଣ ପ୍ରବାସୀ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିଛନ୍ତି ।

ପ୍ରବାସୀ ଶ୍ରମିକ ଆସିବା ଖବର ପାଇ ରାୟଗଡ଼ା ଉପଜିଲ୍ଲାପାଳ ଆଜି ସ୍ଥାନୀୟ ଗଜପତି ଛକରୁ ସାଇ ଇଣ୍ଟର ନାସିନାଲ ଛକ ପର୍ଯ୍ୟନ୍ତ ଓ ଷ୍ଟେସନ ଏରିଆରେ ୧୪୪ଧାରା ଜାରି କରିଥିଲେ । ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଶ୍ରମିକମାଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ  ଉପସ୍ଥିତ ରହି ପ୍ରବାସୀ ଶ୍ରମିକମନଙ୍କୁ ସ୍ବାଗତ କରିଥିଲେ । ପ୍ରବାସୀ ଶ୍ରମିକ ମାନଙ୍କୁ ରେଲ ଷ୍ଟେସନରେ ପଞ୍ଜିକରଣ କରିବା ସହିତ ସେମାନଙ୍କୁ ହାତରେ ମହର ମରାଯାଇ ଖାଦ୍ୟ ପୁଡ଼ିଆ ସହ ସଂପୃକ୍ତ ଜିଲା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।

Add Zee News as a Preferred Source
About the Author