Advertisement
Article Detail0/zeeodisha/odisha697707

ମର୍ମନ୍ତୁଦ ଦୁର୍ଘଟଣା, ଜଣେ ବାଇକ ଆରୋହୀ ମୃତ

ଏହି ଦୁର୍ଘଟଣାରେ ବାଇକ ଆରୋହୀ ରାୟଗଡା ଜିଲ୍ଲାର ବନ୍ଦରୀ ଗାଁର ମିଖିଳ ଟାଙ୍ଗରଙ୍ଗାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । 

ଫାଇଲ ଫଟୋ
ଫାଇଲ ଫଟୋ

ଗଜପତି: ରାଜ୍ୟରେ ବଢ଼ି ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରାୟ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁର୍ଘଟଣା ଖବର ସାମ୍ନାକୁ ଆସିଥାଏ । ଏହି କ୍ରମରେ ଗଜପତି ଜିଲ୍ଲାର ଅଡବା ଥାନା ମାଣ୍ଡିମେରା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଇକ ଆରୋହୀ ରାୟଗଡା ଜିଲ୍ଲାର ବନ୍ଦରୀ ଗାଁର ମିଖିଳ ଟାଙ୍ଗରଙ୍ଗାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରରେ, ଆଜି(ଗୁରୁବାର) ସକାଳେ ପ୍ରାୟ ୯ଟାରେ ମିଖିଳ ନିଜ ବାଇକରେ ଗାଁରୁ ମଣ୍ଡିମେରା ଆସି ଫେରୁଥିଲେ । ଏହି ସମୟରେ ମାଣ୍ଡିମେରା ନିକଟସ୍ତ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାର ଗାର୍ଡ wallକୁ ପିଟି ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ଖବର ପାଇ ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କରିଛି । ଏହାସହ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲକୁ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Add Zee News as a Preferred Source
About the Author