Advertisement
Article Detail0/zeeodisha/odisha2298794
Zee OdishaZee OdishaPuri Car Festival: ରଥ ଯାତ୍ରାରେ ବଢ଼ିବ ମୋବାଇଲ, ଜୋତା ଓ ଗାଡ଼ି ପାର୍କିଂ ଫି, ଜାଣନ୍ତୁ କେତେ ସମୟ ରଖିଲେ କେତେ ଟଙ୍କା ଦାଖଲ କରିବେ..

Puri Car Festival: ରଥ ଯାତ୍ରାରେ ବଢ଼ିବ ମୋବାଇଲ, ଜୋତା ଓ ଗାଡ଼ି ପାର୍କିଂ ଫି, ଜାଣନ୍ତୁ କେତେ ସମୟ ରଖିଲେ କେତେ ଟଙ୍କା ଦାଖଲ କରିବେ..

ପୌରପାଳିକା ପକ୍ଷରୁ ଏଥର ପାର୍କିଂ ଫି’ ପାଇଁ ପରିବର୍ଦ୍ଧିତ ଦର ସ୍ଥିର କରାଯାଇଛି। ସ୍ଥାୟୀ ପାର୍କିଂ ବ୍ୟତୀତ ରଥଯାତ୍ରାରେ ହେବାକୁ ଯାଉଥିବା ଅସ୍ଥାୟୀ ପାର୍କିଂ ଓ ଜୋତା ଷ୍ଟାଣ୍ଡରୁ ଏଥର ପରିବର୍ଦ୍ଧିତ ଦର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କଠାରୁ ଅସୁଲ କରାଯିବ। 

Puri Car Festival: ରଥ ଯାତ୍ରାରେ ବଢ଼ିବ ମୋବାଇଲ, ଜୋତା ଓ ଗାଡ଼ି ପାର୍କିଂ ଫି, ଜାଣନ୍ତୁ କେତେ ସମୟ ରଖିଲେ କେତେ ଟଙ୍କା ଦାଖଲ କରିବେ..

ପୁରୀ: ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ପୁରୀ ପ୍ରଶାସନ। ଚଳିତ ରଥଯାତ୍ରାରେ ଭକ୍ତ ଗଣିବେ ଦୁଇଗୁଣା ଫି। ରଥଯାତ୍ରା ସମୟରେ ଦୁଇଚକିଆ ହେଉ କି ଚାରିଚକିଆ ଗାଡ଼ି ଏବଂ ମୋବାଇଲ ହେଉ କିମ୍ବା ହ୍ୟାଣ୍ଡ୍‌ବ୍ୟାଗ୍‌ ସହ ଜୋତା ରଖିବାକୁ ଅଧିକ ଫି ଦେବାକୁ ପଡ଼ିବ। ଏଥିସହ ସମୟ ଯେତେ ବଢ଼ିବ ଦୁଇଚକିଆ ଓ ଚାରିଚକିଆ ଯାନ ପାଇଁ ସେତେ ଅଧିକ ଫି ଆଦାୟ ହେବ। ପୌରପାଳିକା ପକ୍ଷରୁ ଏଥର ପାର୍କିଂ ଫି’ ପାଇଁ ପରିବର୍ଦ୍ଧିତ ଦର ସ୍ଥିର କରାଯାଇଛି। ସ୍ଥାୟୀ ପାର୍କିଂ ବ୍ୟତୀତ ରଥଯାତ୍ରାରେ ହେବାକୁ ଯାଉଥିବା ଅସ୍ଥାୟୀ ପାର୍କିଂ ଓ ଜୋତା ଷ୍ଟାଣ୍ଡରୁ ଏଥର ପରିବର୍ଦ୍ଧିତ ଦର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କଠାରୁ ଅସୁଲ କରାଯିବ। ଅର୍ଥାତ୍‌ ଚାରିଚକିଆ ଗାଡ଼ି ଦୁଇ ଘଣ୍ଟା ରଖିବା ପାଇଁ ୩୦ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ୨୪ ଘଣ୍ଟା ରଖିଲେ ୧୦୦ ଟଙ୍କା ଗଣିବାକୁ ପଡ଼ିବ ବୋଲି କୁହାଯାଇଛି। 

ଏହି ବର୍ଷ ରଥଯାତ୍ରାରେ ପୁରୀରେ ୫ଟି ସ୍ଥାନରେ ଜୋତାଷ୍ଟାଣ୍ଡ କରାଯିବ। ସେଗୁଡ଼ିକ ମଧ୍ୟରେ ଗୁଣ୍ଡିଚାମନ୍ଦିର ନିକଟ ମୁଣ୍ଡିଆମରା, ପୁଲିସ ହଲିଡେ ହୋମ୍‌ ନିକଟ ଏବଂ ପୁଲିସ କଣ୍ଟ୍ରୋଲ ରୁମ୍‌ ନିକଟରେ ୩ଟି ଜୋତାଷ୍ଟାଣ୍ଡ କରାଯିବ। ଜୋତା ହଳ ପାଇଁ ଭକ୍ତମାନେ ପୂର୍ବ ଭଳି ୫ ଟଙ୍କା ଲେଖାଏଁ ଦେବେ। ମାତ୍ର ମୋବାଇଲ ପାଇଁ ଏଥର ୧୦ ଟଙ୍କା ପରିବର୍ତ୍ତେ ୨୦ ଟଙ୍କା ଫି ଦେବାକୁ ପଡ଼ିବ। ସେହିଭଳି ହ୍ୟାଣ୍ଡ‌୍‌ବ୍ୟାଗ୍‌ ରଖିବା ପାଇଁ ପୂର୍ବରୁ ୧୦ ଟଙ୍କା ଲେଖାଏଁ ଦେବାକୁ ପଡ଼ୁଥିବା ବେଳେ ଏଥର ଏହା ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ହେଲମେଟ୍‌ ରଖିବା ପାଇଁ ୧୦ ଟଙ୍କା ଦର ସ୍ଥିର କରାଯାଇଛି। 

ସେହିପରି ଦୁଇଚକିଆ ପାଇଁ ଭୋଳାନାଥ ସ୍କୁଲ ନିକଟ ଓ ଲୋକନାଥ ରୋଡ୍‌ରେ ପାର୍କିଂ ବ୍ୟବସ୍ଥା ରହିବ। ଦୁଇଚକିଆ ରଖିବା ପାଇଁ ପୂର୍ବରୁ ୧୦ ଟଙ୍କା ଆଦାୟ କରାଯାଉଥିଲା। ଏଥର ସମୟ ବ୍ୟବଧାନ ଅନୁଯାୟୀ ୫୦ ଟଙ୍କା ପର୍ଯ୍ୟନ୍ତ ଦର ଦେବାକୁ ପଡ଼ିବ। ସେହିଭଳି ଚାରିଚକିଆ ପାଇଁ ଏଥର ୯ଟି ଅସ୍ଥାୟୀ ପାର୍କିଂ ସ୍ଥାନ ସ୍ଥିର କରାଯାଇଛି। ସଂସ୍କୃତ ବିଶ୍ବବିଦ୍ୟାଳୟ, ଭୂଦାନ ପାର୍କିଂ, ଫ୍ଲୋରିସ୍‌ ଇଣ୍ଡିଆ, ନାଲିପଡ଼ିଆ, ଇନ୍‌ଡୋର ଷ୍ଟାଡିୟମ୍‌, ସମଙ୍ଗ ପାର୍କିଂ, ହଲିଡେ ରିସୋର୍ଟ ପଛ ପାର୍ଶ୍ବ ପାର୍କିଂ, ହର୍ଟିକଲଚର ଓ ଆଇଟିଆଇ କଲେଜରେ ଚାରିଚକିଆ ଯାନ ପାର୍କିଂର ସୁବିଧା ମିଳିବ। ଏଥିଲାଗି ଚାରିଚକିଆ ଯାନକୁ ୩୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ିବ। ଅଟୋ ପାର୍କିଂ ପାଇଁ ମଧ୍ୟ ସମୟ ବ୍ୟବଧାନ ଅନୁଯାୟୀ ୩୦ ଟଙ୍କାରୁ ୬୦ ଟଙ୍କା ପର୍ଯ୍ୟନ୍ତ ଫି ଗଣିବାକୁ ପଡ଼ିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କେଉଁ ଭକ୍ତ କେତେ ଘଣ୍ଟା ଗାଡ଼ି ପାର୍କିଂ କରିବେ ତାହା ସେମାନଙ୍କ ଟିକେଟ୍‌ରେ ଲେଖି ଦିଆଯିବ ନା ସର୍ବାଧିକ ସମସ୍ତଙ୍କଠୁ ସର୍ବାଧିକ ଫି’ ଆଦାୟ କରାଯିବ ତାହା ସ୍ପଷ୍ଟ କରାଯାଇନାହିଁ।

Add Zee News as a Preferred Source
About the Author