)
Deputy Ranger of Forests arrested: ସରକାରୀ କାମ ପାଇଁ ଗାଡ଼ି ଭଡ଼ା ରିଲିଜ୍ କରିବାକୁ ନେଇ ଗାଡ଼ି ମାଲିକଙ୍କଠାରୁ ୧୮,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଜଣେ ଡେପୁଟି ରେଞ୍ଜରଙ୍କୁ ଗିରଫ କରିଛି।
ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବନ ବିଭାଗ ଅଧୀନରେ ଥିବା ବିସ୍ରା ଫରେଷ୍ଟ ରେଞ୍ଜରେ ନିଯୁକ୍ତ ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକ ଏପ୍ରିଲ-୨୦୨୫ ମାସର ତାଙ୍କ ଗାଡ଼ିର ଭଡ଼ା ରିଲିଜ୍ କରିବା ପାଇଁ ଲାଞ୍ଚ ନେଉଥିଲେ। ସେ ଗାଡ଼ି ମାଲିକଙ୍କୁ ୧ ମଇ, ୨୦୨୫ ରୁ ସରକାରୀ ବ୍ୟବହାର ପାଇଁ ସମ୍ପୃକ୍ତ ଗାଡ଼ିକୁ ପୁନଃସ୍ଥାପିତ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଅନ୍ୟ କୌଣସି ବିକଳ୍ପ ନପାଇ ଗାଡି ମାଲିକ ଓଡ଼ିଶା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।
Today, a short while ago, Sri Asit Pattanayak, Dy. Ranger, Bisra Forest Range,Rourkela Forest Division, #Sundargarh has been nabbed by #Odisha #Vigilance while taking bribe Rs18,000/- from a Complainant to release hire charges of his pre-engaged vehicle for official purpose.
— Odisha Vigilance (@OdishaVigilance) May 20, 2025
ଏହି ଆଧାରରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀଙ୍କ ଏକ ଟିମ୍ ଏକ ଜାଲ ବିଛାଇ ଆଜି ଅଭିଯୁକ୍ତ ଡେପୁଟି ରେଞ୍ଜରଙ୍କୁ ଲାଞ୍ଚ ରାଶି ଗ୍ରହଣ କରୁଥିବା ସମୟରେ ଗିରଫ କରିଥିଲା। ଭିଜିଲାନ୍ସ ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ମଧ୍ୟ ଉଦ୍ଧାର କରି ଜବତ କରିଯାଇଛି।
ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ପଟ୍ଟନାୟକଙ୍କ ସହ ଜଡିତ ଚାରୋଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୦୭ ତାରିଖ ୨୦.୦୫.୨୦୨୫, ଧାରା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ପଞ୍ଜିକୃତ ହୋଇଛି। ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି।