ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର
Advertisement

ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର

ରାଉରକେଲାରେ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର

ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର

ଯଯାତି ମହାନ୍ତି, ଭୁବନେଶ୍ୱର: ଓଡ଼ିଶାର ରାଉରକେଲାରେ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର। ୨୦୦କୋଟି ଟଙ୍କା ଖର୍ଚ୍ଚ କରିବ କେନ୍ଦ୍ର ସରକାର। ଜମି ଯୋଗାଇବେ ରାଜ୍ୟ ସରକାର। ଓଡ଼ିଶାର ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ହେବ ଅତିରିକ୍ତ ସେଣ୍ଟର । ପ୍ରତ୍ୟେକ ସେଣ୍ଟର ପାଇଁ ଖର୍ଚ ହେବ ୨୦ କୋଟି। 

ସାରା ଭାରତରେ ହେବ ୨୨୬ଟି ଏମ୍‌ଏସ୍‌ଏମ୍‌ଇ କ୍ଳଷ୍ଟର। ଓଡ଼ିଶାରେ ହେବ ୪୫ଟି କ୍ଲଷ୍ଟର। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଉପକୂଳ ଜିଲ୍ଲାରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାୟ ୬୭୦୦ ଏକର ଜମିରେ ମାଛ ଚାଷ କରିବାକୁ ଯୋଜନା। 

ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ। କେଜ କଲଚର ଜରିଆରେ ମାଛ ଚାଷ ନେଇ ଯୋଜନା ହେଉଛି। ଆସନ୍ତା ୧୪ରେ ବାଲେଶ୍ୱରରେ ହେବ କର୍ମଶାଳା। ରାଜ୍ୟରେ ଏମଏସଏମଇ ବିଭାଗ କଣ କରୁଛି, ଆଗକୁ କଣ କରିବାର ଯୋଜନା ରହିଛି, ସେ ବାବଦରେ କେନ୍ଦ୍ର ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ଏକ ପ୍ରେଜେଣ୍ଟସନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।