ପଶ୍ଟିମବଙ୍ଗରେ ଚାଞ୍ଚଲ୍ୟ । RSS କର୍ମୀ ଓ ତାଙ୍କ ପରିବାରକୁ ନୃଶଂସ ହତ୍ୟା
Advertisement

ପଶ୍ଟିମବଙ୍ଗରେ ଚାଞ୍ଚଲ୍ୟ । RSS କର୍ମୀ ଓ ତାଙ୍କ ପରିବାରକୁ ନୃଶଂସ ହତ୍ୟା

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା କରି ପରିବାରକୁ ସଫା କରିଦେଲେ ଅଜଣା ଦୁର୍ବୃତ୍ତ । ତେବେ ଗତକାଲି ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ବିଷୟରେ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଖେଳିଯାଇଛି ଚାଞ୍ଚଲ୍ୟ ।

ପଶ୍ଟିମବଙ୍ଗରେ ଚାଞ୍ଚଲ୍ୟ । RSS କର୍ମୀ ଓ ତାଙ୍କ ପରିବାରକୁ ନୃଶଂସ ହତ୍ୟା

କୋଲ୍‌କାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୩ଜଣଙ୍କୁ ହତ୍ୟା କରି ପରିବାରକୁ ସଫା କରିଦେଲେ ଅଜଣା ଦୁର୍ବୃତ୍ତ । ତେବେ ଗତକାଲି ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ବିଷୟରେ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଖେଳିଯାଇଛି ଚାଞ୍ଚଲ୍ୟ ।

ବୁଧବାର ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସକ୍ରୀୟ କର୍ମୀ, ତାଙ୍କ ପତ୍ନୀ ଏବଂ ସେମାନଙ୍କର ଛଅ ବର୍ଷିୟ ପୁଅକୁ ହତ୍ୟା କରିଛନ୍ତି ଅଜଣା ଦୁର୍ବୃତ୍ତ । ମୃତ ଆର୍‌ଏସ୍‌ଏସ୍‌ କର୍ମୀଜଣକ ହେଉଛନ୍ତି ବନ୍ଧୁ ପ୍ରକାଶ ପାଲ ଯେ କି ପେଶାରେ ଜଣେ ସ୍କୁଲ ଶିକ୍ଷକ ବୋଲି ଜଣା ପଡିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ତାଙ୍କ ପତ୍ନୀ ବିୟୁଟି ମଣ୍ଡଳ ପାଲ୍‌ ଜଣେ ଗୃହୀଣି ଥିବାବେଳେ ଏବଂ ୬ ବର୍ଷୀୟ ପୁତ୍ର ଅଙ୍ଗନ ବନ୍ଧୁଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହାଁନ୍ତି ଦୁର୍ବୃତ୍ତ ।

ତେବେ ମୃତ ମହିଳା ବିୟୁଟି ଆଠ ମାସର ଗର୍ଭବତୀ ଥିବା ଜଣାପଡିଛି ଓ ଆସନ୍ତା ମାସରେ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ହେବାକୁ ଥିବା ବେଳେ ତା ପୂର୍ବରୁ ତାଙ୍କୁ ମଧ୍ୟ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଯାହାକି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ମୃତ ଆର୍‌ଏସ୍‌ଏସ୍‌ କର୍ମୀ ବନ୍ଧୁ ପ୍ରକାଶ ପାଲ ଗୋସାଇଁଗ୍ରାମ ସାହାପଡ଼ା ପ୍ରାଇମେରି ସ୍କୁଲ୍‌ରେ ଶିକ୍ଷକତା କରୁଥିଲେ । ଏଇ ତିନି ସଦସ୍ୟବିଶିଷ୍ଟ ପରିବାର ମୁର୍ଶିଦାବାଦର ଜିଆଗଞ୍ଜ ଅଞ୍ଚଳରେ ବସବାସ କରୁଥିଲେ ।

ଘର ନିକଟରେ ରହୁଥିବା ପାଖ ପଡୋଶୀଙ୍କ କହିବା ଅନୁଯାୟୀ ଗତକାଲି ତାଙ୍କ ଘରୁ ମରଣାନ୍ତକ ଚିତ୍କାର ଶୁଭାଯାଉଥିଲା ଚିତ୍କାର ଶୁଣି ପଡୋଶୀ ମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିବା ପୂର୍ବରୁ ଦୁର୍ବୃତ୍ତ ମାନେ ପରିବାରର ସମସ୍ତଙ୍କୁ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଘଟଣା ସ୍ଥଳରେ ପହଁଞ୍ଚି ପୋଲିସ ତିନୋଟି ମୃତଦେହକୁ ଉଦ୍ଧାର କରିଥିବାବେଳେ ମୃତ ଦେହ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ରକୁ ମଧ୍ୟ ଜବତ କରିଛି ପୋଲିସ । ତେବେ ଦୁର୍ବୃତ୍ତ ମାନେ ହତ୍ୟା ଘଟଣାରେ ଧାରୁଆ ଅସ୍ତ୍ରର ବ୍ୟବହାର କରିଥିବା ନେଇ ସୂଚନା ଦେଇଛି ପୋଲିସ । ତିନୋଟି ମୃତ ଦେହକୁ ଜବତ କରି ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।