Advertisement
Article Detail0/zeeodisha/odisha694906
Zee OdishaSambalpurସମ୍ବଲପୁରର ୧୨ଟି ଆଦିବାସୀ ଆବାସିକ ସ୍କୁଲକୁ ମିଳିଲା ISO ମାନ୍ୟତା

ସମ୍ବଲପୁରର ୧୨ଟି ଆଦିବାସୀ ଆବାସିକ ସ୍କୁଲକୁ ମିଳିଲା ISO ମାନ୍ୟତା

ଏହି ଆନ୍ତର୍ଜାତିକ ମାନ୍ୟତା ପାଇବା ପାଇଁ ଯେମିତି କି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବେଡ଼, ମେଟ୍ରେସ, ମସାରି, ପାଇଖାନା ତଥା ଗାଧୁଆ ଘର ଠିକ ଠାକ ରହିଛି ନା ନାହିଁ ତା ସହ ପାଠ ପଢା ଖେଳକୁଦ ପାଇଁ ପଡିଆ ଇତ୍ୟାଦି ରହିଛି ନା ନାହିଁ ଏହି ସବୁ ବିଭିନ୍ନ ପର୍ଯ୍ୟାୟରେ ଦେଖାଯାଇଥାଏ । 

ସମ୍ବଲପୁରର ୧୨ଟି ଆଦିବାସୀ ଆବାସିକ ସ୍କୁଲକୁ ମିଳିଲା ISO ମାନ୍ୟତା

ସମ୍ବଲପୁର: ଜିଲ୍ଲାର ୧୨ଟି ଆବାସିକ ଆଦିବାସୀ ସ୍କୁଲକୁ  ମିଳିଲା ISO ମାନ୍ୟତା । ଆନ୍ତର୍ଜାତୀକ କ୍ଷେତ୍ରରେ ଓଡ଼ିଶାର କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାକୁ ଏହି ମାନ୍ୟତା ମିଳିଛି । ସେଥିପାଇଁ ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି । ସାରା ଭାରତରେ ପ୍ରଥମ କରି ସମ୍ବଲପୁର ଓ କେନ୍ଦୁଝରର ଆବାସିକ ସ୍କୁଲକୁ ISO ମାନ୍ୟତା ମିଳିବା ପରେ ରାଜ୍ୟକୁ  ମଧ୍ୟ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିଛି ।

ଜିଲ୍ଲାରେ ସମୁଦାୟ ୫୫ଟି  ଆଦିବାସୀ ସ୍କୁଲ ରହିଛି । ସେଥି ମଧ୍ୟରୁ ୪୮ଟି ଆବାସିକ ବିଦ୍ୟାଳୟ ରହିଥିବା ବେଳେ ୭ଟି ଅଣ ଆବାସିକ ବିଦ୍ୟାଳୟ ରହିଛି । ୪୮ଟି ଆବାସିକ ବିଦ୍ୟାଳୟ ପାଇଁ ସମ୍ବଲପୁର ଜିଲ୍ଲାରେ ୯୨ଟି ହଷ୍ଟେଲ ରହିଛି ।  ଆବାସିକ ସ୍କୁଲର ହଷ୍ଟେଲରେ ୧୫୦ରୁ ୨୦୦ ଆଦିବାସୀ ଛାତ୍ର ଛାତ୍ରୀ ପାଠ ପଢିବା ସହ ଅବସ୍ଥାନ କରୁଛନ୍ତି । ଏଠାରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ପାଠ ପଢା ସହ ଖେଳକୁଦ ଏବଂ ଗଠନ ମୂଳକ କାର୍ଯ୍ୟ ପାଇଁ ଏଠି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆ ଯାଏ । 

ଏହି ଆନ୍ତର୍ଜାତିକ ମାନ୍ୟତା ପାଇବା ପାଇଁ ଯେମିତି କି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବେଡ଼, ମେଟ୍ରେସ, ମସାରି, ପାଇଖାନା ତଥା ଗାଧୁଆ ଘର ଠିକ ଠାକ ରହିଛି ନା ନାହିଁ ତା ସହ ପାଠ ପଢା ଖେଳକୁଦ ପାଇଁ ପଡିଆ ଇତ୍ୟାଦି ରହିଛି ନା ନାହିଁ ଏହି ସବୁ ବିଭିନ୍ନ ପର୍ଯ୍ୟାୟରେ ଦେଖାଯାଇଥାଏ । ଅଗ୍ନି ନିର୍ବାପକ ଯନ୍ତ୍ର , ଏମରଜେନ୍ସି ପ୍ରସ୍ଥାନ ରହିବା, କମ୍ପୁଟର ଇତ୍ୟାଦିରେ ପାଠ ପଢା ସହ ମନୋରଞ୍ଜନ ସୁବିଧାକୁ ମଧ୍ୟ ଆଖି ଆଗରେ ରଖାଯାଇଥାଏ । ସେ ସବୁର ଆବଶ୍ୟକତା ପୂରଣ କରିପାରୁଥିବା କାରଣରୁ ସମ୍ବଲପୁର ଜିଲ୍ଲାର ୧୨ଟି ଆବାସିକ ସ୍କୁଲକୁ ISO ମାନ୍ୟତା ପ୍ରଦାନ କରାଯାଇଛି । ISO ମାନ୍ୟତା ପାଇବା ପାଇଁ ଯାହା ଯାହା ଆବଶ୍ୟକତା ରହିଛି । ତାକୁ ଏହି ଆବାସିକ ସ୍କୁଲଗୁଡିକ ପୂରଣ କରୁଥିବା କାରଣରୁ ମାନ୍ୟତା ମିଳିଥିବାରୁ ଖୁସି ଜାହିର କରିଛନ୍ତି । 

Add Zee News as a Preferred Source

ଗତ ବର୍ଷ ନଭେମ୍ବର ମାସ ୧୯ ତାରିଖରେ ସମ୍ବଲପୁରକୁ ପ୍ରଥମ କରି ଏକ NABET(ନେସନାଲ ଏକରେଡିସନ ବୋର୍ଡ ଫର ଏଜୁକେସନ & ଟ୍ରେନିଂ) ଦଳର ସଦସ୍ୟମାନେ ଆସି ସ୍କୁଲ ଗୁଡିକର ସ୍ଥିତି ସମୀକ୍ଷା କରି ଯାଇଥିଲେ । ସେମାନଙ୍କ ରିପୋର୍ଟକୁ ଆଧାର କରି ଏହି ବର୍ଷ ମାର୍ଚ୍ଚ ମାସରେ ପୁଣି ଏକ "କୁଆଳିଟି ଅଷ୍ଟ୍ରିଆ" ଦଳର ସଦସ୍ୟ ମାନେ ଆସି ସମସ୍ତ ଦିଗ ଓ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରି ଯାଇଥିଲେ । ବର୍ତ୍ତମାନ ସବୁ ଦିଗକୁ ପରିପୂରଣ କରି ପାରିଥିବାରୁ ସମ୍ବଲପୁର ଜିଲ୍ଲାର ୧୨ଟି ଆବାସିକ ଆଶ୍ରମ ସ୍କୁଲଗୁଡିକୁ ଆନ୍ତର୍ଜାତୀୟ ISO ମାନ୍ୟତା ପ୍ରଦାନ କରାଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଏ ବାବଦରେ ଖୁଶି ଜାହିର କରିବା ସହ ରାଜ୍ୟ ତଥା ଜିଲ୍ଲା ପାଇଁ ଖୁଶି ଖବର ବୋଲି କହିଛନ୍ତି ।

About the Author