• ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ
  • ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ
  • ଦୋକାନୀ ସହ କର୍ମଚାରୀ ଟିକା ନେବା ବାଧ୍ୟତାମୂଳକ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୧୬୭ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୨ ହଜାର ୬୪୦ ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି ୨୯୫୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୩୮ ଜଣଙ୍କ ଜୀବନ ନେଲା କୋରୋନା
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୮୮ ହଜାର ୩୫୫କୁ ବୃଦ୍ଧି
  • ଟିକାକରଣରେ ଭାରତର ରେକର୍ଡ; ଦିନକରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଚିକା
  • ୨ୟ ବର୍ଷ ପାଇଁ ଅମରନାଥ ଯାତ୍ରା ବନ୍ଦ

୪୦୦ ବୋତଲ କଫ ସିରଫ ଜବତ, ୪ ଗିରଫ

ଏକ ପାସେଞ୍ଜର ଅଟୋରୁ ୪୦୦ ବୋତଲ କଫ ସିରଫ ଜବତ କରାଯାଇଛି।

୪୦୦ ବୋତଲ କଫ ସିରଫ ଜବତ, ୪ ଗିରଫ

ସମ୍ବଲପୁର: ୪୦୦ ବୋତଲ କଫ ସିରଫ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଶନିବାର ସକାଳେ ପାଟ୍ରୋଲିଂ କରିବା ସମୟରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ସମ୍ବଲପୁର ଗୋଶାଳା ଅଞ୍ଚଳର ଲଡୁଖାଇ ଛକ ଠାରେ ଏକ ପାସେଞ୍ଜର ଅଟୋ ଓଡି-୧୭ପି-୦୭୧୮ (OD-17P-0718) ଅଟକାଇ ଯାଞ୍ଚ କରିଥିଲା। ସେହି ଗାଡିରୁ ପ୍ରାୟ ଚାରି ଶହ କଫ ସିରଫ ଜବତ ହୋଇଥିଲା। ଏ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସମସ୍ତେ ବରଗଡ଼ ଜିଲ୍ଲାର। ଗିରଫ ହୋଇଥିବା ଲୋକ ହେଉଛନ୍ତି  ସୋହେଲାବାଞ୍ଜିର ଅନୀଲ ସାହୁ (୨୯), ସନ୍ତୋଷ ମାଝୀ (୨୪), ସୋହେଲା ବାଞ୍ଜି ପଡାର ପଞ୍ଚାନନ ବେହେରା (୨୪) ଏବଂ ନିତୁ ବାରିକ (୨୫)।