ସମଲେଶ୍ୱରୀ ମନ୍ଦିର ପରସରରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ
Advertisement
Article Detail0/zeeodisha/odisha682613

ସମଲେଶ୍ୱରୀ ମନ୍ଦିର ପରସରରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ

କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିର ପରିସରରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ । ଆଜି ସକାଳ ୮ଟାରୁ ୮.୩୦ ମିନିଟ ମଧ୍ୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଲକଡାଉନ୍ ଯୋଗୁ ଦୋକାନ ବନ୍ଦ ରହିଛି । ତେବେ ଦୋକାନରେ ଅନେକ ପୂଜା ସାମଗ୍ରୀ ମଦଜୁତ ରହିଥିଲା । ଯାହା ପୋଡ଼ି ସମ୍ପୂର୍ଣ୍ଣ ନଷ୍ଠ ହୋଇଯାଇଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

ଯାହା ଜଣାପଡ଼ିଛି, ଦୋକାନଟି ମନ୍ଦିର ପୂଜକ କୋଦଣ୍ଡ ରାଏଙ୍କର । ଦୋକାନରେନଡ଼ିଆ, ଘିଅ, ସମେତ ଅନେକ ପୂଜା ସାମଗ୍ରୀ ରହିଥିଲା । ଅଗ୍ନିକାଣ୍ଡ ଯୋଗୁ ଅନେକ କ୍ଷତି ହୋଇଥିବା ପୂଜକ କହିଛନ୍ତି । 

ଅନ୍ୟପଟେ ଦୁଇ ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ । କେଉଁ କାରଣରୁ ନିଆଁ ଲାଗିଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି । 

;