ବସ ଓ ଟ୍ରକ ମୁହାଁମୁହିଁ, ୫ ଗୁରୁତର
Advertisement

ବସ ଓ ଟ୍ରକ ମୁହାଁମୁହିଁ, ୫ ଗୁରୁତର

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ରେଢ଼ାଖୋଲ ଉପଖଣ୍ଡର ଚାରମାଲ ଥାନା ଅନ୍ତର୍ଗତ ଲମଖେତା ଓ ଆମଦର ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଫଳରେ ୫ ଯାତ୍ରୀ ଗୁରୁତର ହୋଇଛନ୍ତି ।  ବସ ଓ ଟ୍ରକର ଡ୍ରାଇଭର ଚାପି ହୋଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ସମ୍ୱଲପୁର-ରେଢ଼ାଖୋଲ ଜାତୀୟ ରାଜପଥ ୫୫ର ଲମଖେତା ଓ ଆମଦର ମଧ୍ୟରେ ଘଟିଥିଲା ଏହି ଦୁର୍ଘରଣା । ଗରୁଡ ବସ ରେଢ଼ାଖୋଲ ପଟୁ ସମ୍ବଲପୁର ଆସୁଥିବା ବେଳେ ଟ୍ରକଟି ରେଢ଼ାଖୋଲ ଯାଉଥିଲା । ତେବେ କୌଣସି କାରଣରୁ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ସେପଟେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।