ଧନୁଯାତ୍ରା ଦୋକାନ ଉପରେ ମାଡ଼ିଗଲା ଟ୍ରକ, ୪ ମୃତ
Advertisement

ଧନୁଯାତ୍ରା ଦୋକାନ ଉପରେ ମାଡ଼ିଗଲା ଟ୍ରକ, ୪ ମୃତ

ପରମାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଫୁଟପାଥ ଉପରେ ଚଢ଼ିଗଲା ଟ୍ରକ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । 

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ପରମାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଫୁଟପାଥ ଉପରେ ଚଢ଼ିଗଲା ଟ୍ରକ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଏମଡି ସାୟତ (୪୦), ଏମଡି ତେୟତ (୩୫), ୱାକାର ଆଲମ (୩୦), ଏମଡି ଦନିଷ (୨୨) । ମୃତକଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ,  ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ସମ୍ବଲପୁର ଉପକଣ୍ଠ ପରମାଣପୁର ଧନୁଯାତ୍ରାରେ କିଛି ଦୋକାନୀ ଫୁଟପାଥ ଉପରେ ଦୋକାନ କରିଥିଲେ । ରାତିରେ ସେଇଠି ଶୋଇଥିବା ବେଳେ ସମ୍ବଲପୁରରୁ ଝାରସୁଗୁଡ଼ା ଯାଉଥିବା କୋଇଲା ବୋଝେଇ ଟ୍ରକଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମେଡ଼ିକାଲରେ ଆଖି ବୁଜିଛନ୍ତି । 

ସେପଟେ ଦୁର୍ଘଟଣାର ଗୁରୁତର ହୋଇଥିବା ୪ ଜଣଙ୍କ ଚିକିତ୍ସା ଚାଲିଛି । ସମ୍ବଲପୁର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଆହୁରି ପଢ଼ନ୍ତୁ; ନରହନ୍ତା ସ୍ୱାମୀ, ସ୍ତ୍ରୀକୁ ମାରିଦେଲା।।।