ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଆଶାକର୍ମୀ

କାର୍ଯ୍ୟଭାର ବୃଦ୍ଧି ସହ ହସ୍ପିଟାଲରେ ମିଳୁନି ଉପଯୁକ୍ତ ବ୍ୟବହାର । 

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଆଶାକର୍ମୀ
ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ଦୀର୍ଘ ବର୍ଷ ହେବ କାର୍ଯ୍ୟ କଲା ପରେ ମଧ୍ୟ ଆଶା କର୍ମୀଙ୍କୁ ମିଳୁନି ଉପଯୁକ୍ତ ଦରମା । କାର୍ଯ୍ୟଭାର ବୃଦ୍ଧି ସହ ହସ୍ପିଟାଲରେ ମିଳୁନି ଉପଯୁକ୍ତ ବ୍ୟବହାର । ଗତ ୬ ମାସ ହେଲା ସରକାର ଦେଉଥିବା ୧ହଜାର ଟଙ୍କା ମଧ୍ୟ ମିଳୁ ନ ଥିବା ଆଶାକର୍ମୀମାନେ ଅଭିଯୋଗ କରିଛନ୍ତି । 

ଶୁକ୍ରବାର ସରକାରୀ ମାନ୍ୟତା ସହ ସମସ୍ତ ସରକାରୀ ସୁବିଧା ମିଳିବା ଦାବି ନେଇ ପଶ୍ଚିମ ଓଡିଶା ଆଶା କର୍ମୀ ସଂଘ ସମ୍ବଲପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରାଯାଇଥିଲା ।