କାହା ଷ୍ଟାରରେ କେତେ ଦମ୍ ?
Advertisement

କାହା ଷ୍ଟାରରେ କେତେ ଦମ୍ ?

୨୧ ତାରିଖରେ ବିଜେପୁର ଉପନିର୍ବାଚନ । ପ୍ରଚାର ଜୋର୍, ଏବେ ଦେଖିବାର କଥା କାହା ଷ୍ଟାରରେ କେତେ ଦମ୍ ?

  • ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ବହୁ ଚର୍ଚ୍ଚିତ ବିଜେପୁର ଉପନିର୍ବାଚନ
  • ତିନି ପ୍ରମୁଖ ଦଳ ଘୋଷଣା କଲେ ଷ୍ଟାର ପ୍ରଚାରକଙ୍କ ତାଲିକା
  • ଦେଖିବାର କଥା କେଉଁ ଦଳର ଷ୍ଟାର ପ୍ରଚାରକଙ୍କୁ ଭରଷୁଛନ୍ତି ବିଜେପୁରବାସୀ

Trending Photos

କାହା ଷ୍ଟାରରେ କେତେ ଦମ୍ ?

ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ବହୁ ଚର୍ଚ୍ଚିତ ବିଜେପୁର ଉପନିର୍ବାଚନ । ବିଜେପୁରକୁ ଦଖଲ କରିବା ପାଇଁ ସମସ୍ତ ପ୍ରମୁଖ ଦଳ ନିଜ ନିଜ ପ୍ରଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ।

ଏହି କ୍ରମରେ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢ଼ୁଥିବା ବେଳେ ବିଜେପୁର ଉପନିର୍ବାଚନ ପାଇଁ ତିନି ରାଜନୈତିକ ଦଳ ମଧ୍ୟ ନିଜ ନିଜ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଦେଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ତିନି ଦଳ ଘୋଷଣା କରିଥିବା ଷ୍ଟାର ପ୍ରଚାରକଙ୍କ ତାଲିକା ।

ବିଜୁ ଜନତା ଦଳର ଷ୍ଟାର ପ୍ରଚାରକଙ୍କ ତାଲିକା -

ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଥିବା ବେଳେ  ବିଜେପି ଓ କଂଗ୍ରେସ ମଧ୍ୟ ସମାନ ସଂଖ୍ୟକ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛନ୍ତି । ଶାସକ ବିଜୁ ଜନତା ଦଳର ପ୍ରଚାର ମଙ୍ଗ ଧରିବେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଏକ ନମ୍ବର ପ୍ରଚାରକ ଭାବେ ସ୍ଥାନ ଦେଇଛି ଦଳ । ଆସନ୍ତା ୧୭ ଓ ୧୮ ତାରିଖରେ ନବୀନ ବିଜେପୁରରେ ପ୍ରଚାର କରିବେ । ନବୀନଙ୍କ ସହିତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଦେବୀ ମିଶ୍ର, ନବଦାସ , ବିକ୍ରମ ଆରୁଖ, ନିରଂଜନ ପୂଜାରୀ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାଂସଦ ଅନୁଭବ ମହାନ୍ତି ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।

ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକଙ୍କ ତାଲିକା -

ସେହିପରି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ଅନେକ ଜାତୀୟସ୍ତରର ନେତା । ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ, ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀ ଓ ବସନ୍ତ ପଣ୍ଡା ପ୍ରମୁଖ ଏହି ତାଲିକାରେ ରହିଛନ୍ତି ।

କଂଗ୍ରେସ ଦଳର ଷ୍ଟାର ପ୍ରଚାରକଙ୍କ ତାଲିକା -

ଅନ୍ୟପଟେ ବିଜେପୁରର ନିର୍ବାଚନରେ ଦୁର୍ବଳ ଜଣାପଡୁଥିବା କଂଗ୍ରେସ ଦଳ କିନ୍ତୁ ସବୁଠାରୁ ଅଧିକ ଜାତୀୟ ସ୍ତରୀୟ ହେଭିୱେଟ ନେତା ମାନଙ୍କ ତାଲିକା ଷ୍ଟାର ପ୍ରଚାରକ ଭାବେ ଘୋଷଣା କରିଛନ୍ତି । କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂ, ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର , ପ୍ରଦୀପ ମାଝି, ରଞ୍ଜୀବ ବିଶ୍ୱାଳ, ଚିରଂଜୀବ ବିଶ୍ୱାଳ ପ୍ରମୁଖ ରହିଛନ୍ତି ।

ତେବେ ଏବେ ଦେଖିବାର ରହିଲା ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ଦଳ ସିନା ନିଜ ନିଜ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଦେଲେ ହେଲେ ବିଜେପୁର ବାସୀ କେଉଁ ଦଳର ଷ୍ଟାରଙ୍କ ଉପରେ ଭରଷା କରୁଛନ୍ତି ତାହା ଦେଖିବାର ବିଷୟ ।