ଓଡ଼ିଶାରେ ଏହି ମନ୍ଦିରରେ ଲାଗିବ ଦେଶର ସବୁଠୁ ବଡ଼ ଘଣ୍ଟି
Advertisement

ଓଡ଼ିଶାରେ ଏହି ମନ୍ଦିରରେ ଲାଗିବ ଦେଶର ସବୁଠୁ ବଡ଼ ଘଣ୍ଟି

ଭକ୍ତମାନେ ମାନସିକ ପୂରଣ ହେଲେ ମାଁଙ୍କ ନିକଟରେ ଘଣ୍ଟି ବାନ୍ଧିବାର ପରମ୍ପରା ରହିଛି ।

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ସମ୍ବଲପୁରର ଅନ୍ୟତମ ପର୍ଯ୍ୟଟନ ଏବଂ ସାଂସ୍କୃତିକ କେନ୍ଦ୍ର ଘଣ୍ଟେଶ୍ୱରୀ ପୀଠରେ  ଲାଗିବ ଦେଶର ସବୁଠାରୁ ବଡ ଘଣ୍ଟି । ଏଠାରେ  ଘଣ୍ଟ ରୂପରେ ମାଁ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ  ମାଙ୍କ ଚାରିପଟେ ହଜାର ହଜାର ସଂଖ୍ୟାରେ ଘଣ୍ଟି ଝୁଲୁଥିବା ଦେଖିବାକୁ ମିଳିଥାଏ । 

ଭକ୍ତମାନେ ମାନସିକ ପୂରଣ ହେଲେ ମାଁଙ୍କ ନିକଟରେ ଘଣ୍ଟି ବାନ୍ଧିବାର ପରମ୍ପରା ରହିଛି । ତେବେ ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ପହଞ୍ଚି ଥାଆନ୍ତି । ସେଥିପାଇଁ ଏଠାରେ ଏକ ବିରାଟ ଘଣ୍ଟି ଲଗାଇବା ପାଇଁ ଦାବି ହୋଇ ଆସୁଥିଲା ।  ଜିଲ୍ଲା ପ୍ରଶାସନ ଏବଂ ଏମସିଏଲର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ଏଠାରେ ଖୁବଶୀଘ୍ର ୨୫ କ୍ୱିଣ୍ଟାଲ ଓଜନର ଏକ ବିରାଟ ଘଣ୍ଟି ଲଗାଯିବା ପାଇଁ  ଯୋଜନା ପ୍ରସ୍ତୁତ ହୋଇଛି । ଏହା ଦେଶର ସବୁଠାରୁ ବଡ ଘଣ୍ଟି ହେବ ବୋଲି କୁହାଯାଉଛି । 

ଏହାସହ ଘଣ୍ଟେଶ୍ୱରୀ ପୀଠରେ ବଗିଚାର ସୌନ୍ଦର୍ଯ୍ୟକରଣ, ପାର୍କିଂ ଏବଂ ଲାଇଟର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି  ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଗକୁ ଏଠାରେ ଅବସର ବିନୋଦନ ପାଇଁ ଏକ ପାର୍କ ମଧ୍ୟ ନିର୍ମାଣ କରିବା ପାଇଁ ଯୋଜନା ରହିଥିବା ଜିଲ୍ଲାପାଳ କହିଛନ୍ତି  ।

ଆହୁରି ପଢ଼ନ୍ତୁ; ଆତ୍ମବିଶ୍ୱାସ ଆଗରେ ହାର ମାନିଛି ଦାରିଦ୍ର୍ୟତା