ସାମାଜିକ ଦୂରତା ସହ ସରକାରଙ୍କ ସମସ୍ତ ନିୟମକୁ ପାଳନ କରିବା ସହ ଏହି ରକ୍ତଦାନ ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
Trending Photos
)
ଅଜୟ କୁମାର ନାଥ, ସମ୍ବଲପୁର: ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ବିଜେଡି ତରଫରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେଡି ଏବଂ ଭାରତୀୟ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ସମ୍ବଲପୁର ସଦର ହସ୍ପିଟାଲ ରକ୍ତ ଭଣ୍ଡାରରେ ଏହି ଶିବିରର ଆୟୋଜନ କରାଯାଇଥିଲା ।
ସାମାଜିକ ଦୂରତା ସହ ସରକାରଙ୍କ ସମସ୍ତ ନିୟମକୁ ପାଳନ କରିବା ସହ ଏହି ରକ୍ତଦାନ ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ମହାମାରୀ କରୋନା ପାଇଁ ଚାରିଆଡେ ଲକ୍ ଡାଉନ ପରିସ୍ଥିତି ଜାରି ରହିଛି । ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ ଡାଉନ ଜାରି ରହିବ ।
ତେବେ ଜିଲ୍ଲା ରକ୍ତ ଭଣ୍ଡାରରେ ଅନୁଷ୍ଠିତ ଏହି ଶିବିରରେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।