ଜମି ଅଧିଗ୍ରହଣକୁ ନେଇ ପୋଲିସ-ଗ୍ରାମବାସୀ ମୁହଁମୁହିଁ
Advertisement

ଜମି ଅଧିଗ୍ରହଣକୁ ନେଇ ପୋଲିସ-ଗ୍ରାମବାସୀ ମୁହଁମୁହିଁ

ଯିଏ ମଧ୍ଯ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ ତାଙ୍କ ବିରୁଦ୍ଧରେ ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜମି ଅଧିଗ୍ରହଣକୁ ନେଇ ପୋଲିସ-ଗ୍ରାମବାସୀ ମୁହଁମୁହିଁ

ସମ୍ବଲପୁର: ଇଡ଼କୋ ସଂସ୍ଥାର ଜମି ଅଧିଗ୍ରହଣକୁ ବିରୋଧ କରିଛନ୍ତି ଜିଲ୍ଲାର ବୁର୍ଲା ଥାନା ଅଧିନସ୍ଥ ବସନ୍ତପୁର ଗ୍ରାମର ଗ୍ରାମବାସୀ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗତ ସୋମବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। 

ଜମି ଅଧିଗ୍ରହଣକୁ ବିରୋଧ କରିଛନ୍ତି ବୁର୍ଲା ଥାନା (Burla Police Station) ଅଧନସ୍ଥ ବସନ୍ତପୁର ଗ୍ରାମର ଗ୍ରାମବାସୀ। ଏଠାରେ ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ -ଇଡ଼କୋ (Industrial Infrastructure Development Corporation-IDCO) ପକ୍ଷରୁ ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାକୁ ବସନ୍ତପୁର ପାଞ୍ଚାୟତର ଗ୍ରାମବାସୀ ବିରୋଧ କରିଥିଲେ। ରାସ୍ତା ଅବରୋଧ କରିବା ସହିତ ଏହି ସ୍ଥାନରେ କୌଣସି ପ୍ରକାର କାର୍ଯ୍ୟ କରାଇଦେବେ ନାହିଁ ବୋଲି କହିଥିଲେ। 

Also Read: Lockdown Second Day: କୋରୋନା ସହ ଅପରାଧର ନିୟନ୍ତ୍ରଣ ପାଇଁ ସଜାଗ ପୋଲିସ ପ୍ରଶାସନ

ଯାହାକୁ ନେଇ ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଖବର ପାଇବା ପରେ ବୁର୍ଲା ଥାନା ଅଧିକାରୀ, ଡ଼ିଏସପି ବୁର୍ଲା, ଅତିରିକ୍ତ ଆରକ୍ଷୀ ଅଧିକାରୀ, ମାଜିଷ୍ଟେଟ ସମ୍ବଲପୁର ଏବଂ ଡେପୁଟି କଲେକ୍ଟର ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ହେଲେ ଲୋକେ କିଛି ବୁଝିନଥିଲେ। ଏହା ପରେ ପରିସ୍ଥିତି ଅଧିକ ଉତ୍ତେଜନା ପୂର୍ଣ୍ଣ ହୋଇ ଉଠିଥିଲା। ଏପରି ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। 

ଏହା ପରେ ପୋଲିସ ବ୍ଲକ ଉପାଧକ୍ଷଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କୁ ପ୍ରିଭେଣ୍ଟିଭ ଆରେଷ୍ଟ (Preventive Arrest) କରି ଜମି ଅଧିଗ୍ରହଣ କାର୍ଯ୍ୟକୁ (Land Acquisition) ତ୍ୱରାନ୍ୱିତ କରିଥିଲା। ଏ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ମାଜିଷ୍ଟ୍ରେଟ ଲକ୍ଷ୍ମଣ ଅମାତ କହିଛନ୍ତି ତାଙ୍କ ପାଖରେ ଜମି ଅଧିଗ୍ରହଣ କରିବାର ସମସ୍ତ ସରକାରୀ ନିର୍ଦ୍ଦେଶ ରହିଛି। ସେଥିପାଇଁ ଏହି ଅଧିଗ୍ରହଣ କରାଯାଇଛି। ଯିଏ ମଧ୍ଯ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ ତାଙ୍କ ବିରୁଦ୍ଧରେ ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read: ବୁଧବାର ଠାରୁ ଆରମ୍ଭ ହେଲା ୧୪ ଦିନିଆ ଲକ ଡାଉନ

ସରକାରୀ ଜମିରେ ରାସ୍ତା ଚିହ୍ନଟକୁ ନେଇ ହେଇଥିଲା ଗଣ୍ଡଗୋଳ। ବହୁ ପୂର୍ବରୁ ସ୍ଥାନୀୟ ବାସିନ୍ଦା ଏହି ରାସ୍ତା ଦେଇ ଚଳପ୍ରଚଳ କରୁଥିଲେ ହେଲେ ଯଦି ଇଡକୋକୁ ଏହି ଜାଗା ଦିଆଯାଇଛି ତାହେଲେ କିଛି ବିକଳ୍ପ ଚିନ୍ତା କରିବାକୁ ସାଧାରଣରେ କୁହାଯାଇଛି।