ବଢ଼ିଲା ଗ୍ୟାସ ଦର, ରାସ୍ତାକୁ ଓହ୍ଲାଇଲା ସମ୍ବଲପୁର କଂଗ୍ରେସ
Advertisement

ବଢ଼ିଲା ଗ୍ୟାସ ଦର, ରାସ୍ତାକୁ ଓହ୍ଲାଇଲା ସମ୍ବଲପୁର କଂଗ୍ରେସ

ସମ୍ବଲପୁର ମହିଳା କଂଗ୍ରେସ ପକ୍ଷରୁ ପ୍ରତିବାଦ

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ସମ୍ବଲପୁର ମହିଳା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ରନ୍ଧନ ଗ୍ୟାସ ତଥା ଘରକରଣା ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁ ମହିଳାମାନେ ଅତିଷ୍ଠ ବୋଲି କହିଛି ମହିଳା କଂଗ୍ରେସ ।

ସୋମବାର ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟର ଗୋଲବଜାର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ କଂଗ୍ରେସ କର୍ମକର୍ତ୍ତା । ନରେନ୍ଦ୍ର ମୋଦି ସରକାର ମହିଳାଙ୍କ ଦୁଃଖ ଲାଘବ କରିବା ପରିବର୍ତ୍ତେ ଏବେ ପୁଣି ରନ୍ଧନ ଗ୍ୟାସର ଦରବୃଦ୍ଧି କରିଛନ୍ତି । ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି କହିଛି କଂଗ୍ରେସ । ଆଉ ଏନେଇ ସମ୍ବଲପୁର ମହିଳା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । 

ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ମହିଳା କଂଗ୍ରେସର ବହୁ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନବିରୋଧୀ ଆଭିମୁଖ୍ୟ ଉପରେ ନାରାବାଜି କରିଥିଲେ । ଗୋଲବଜାରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । 

ଆହୁରି ପଢ଼ନ୍ତୁ; ଚର୍ଚ୍ଚାରେ ଅନୁଗୋଳ ଝିଅର ଇଂରାଜୀ ଭାଷଣ