Advertisement
Article Detail0/zeeodisha/odisha666272
Zee OdishaSambalpurହୀରାକୁଦ ହିଣ୍ଡାଲକୋ ପାୱାର ପ୍ଲାଣ୍ଟରେ କୋରୋନା ସଚେତନତା

ହୀରାକୁଦ ହିଣ୍ଡାଲକୋ ପାୱାର ପ୍ଲାଣ୍ଟରେ କୋରୋନା ସଚେତନତା

ଏହି ପ୍ଲାଣ୍ଟରେ ପ୍ରଥମେ ୬ଶହ ଶ୍ରମିକ ଦୈନିକ ଗୋଟିଏ ସିଫ୍ଟରେ କାମ କରୁଥିବା ବେଳେ ବର୍ତ୍ତମାନ କୋରୋନା ପରି ମହାମାରୀ କାରଣରୁ ସେଠାରେ ୧୫୦ରୁ ୨ଶହ ଶ୍ରମିକ କାମ କରୁଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ମହାମାରୀ କୋରୋନାକୁ ନେଇ ସବୁଆଡେ ବର୍ତ୍ତମାନ ସମୟରେ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ତେବେ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ସଚେତନତାର ବେଶି ଆବଶ୍ୟକତା ରହିଥାଏ । ସେହିଭଳି ଏକ ଅଞ୍ଚଳ ହେଉଛି ହୀରାକୁଦର ହିଣ୍ଡାଲକୋ  ପାୱାର ପ୍ଲାଣ୍ଟ । 

ଏହି ପ୍ଲାଣ୍ଟରେ ପ୍ରଥମେ ୬ଶହ ଶ୍ରମିକ ଦୈନିକ ଗୋଟିଏ ସିଫ୍ଟରେ କାମ କରୁଥିବା ବେଳେ ବର୍ତ୍ତମାନ କୋରୋନା ପରି ମହାମାରୀ କାରଣରୁ ସେଠାରେ ୧୫୦ରୁ ୨ଶହ ଶ୍ରମିକ କାମ କରୁଛନ୍ତି । ସରକାରଙ୍କର ସମସ୍ତ ନିୟମକୁ ମାନିବା ସହ ସାମାଜିକ ଦୂରତା ମଧ୍ୟ ପାଳନ କରୁଛନ୍ତି । ସେହି ଶ୍ରମିକମାନଙ୍କୁ ସଚେତନ କରିବା ସହ ହିଣ୍ଡାଲକୋ ପାୱାର ପ୍ଲାଣ୍ଟ ମଜଦୁର ସଙ୍ଘ ପକ୍ଷରୁ ସମସ୍ତଙ୍କୁ ସାନିଟାଇଜର, ସାବୁନ, ମାସ୍କ ପ୍ରଦାନ କରାଯାଇଥିଲା । ସଙ୍ଘର କର୍ମକର୍ତ୍ତାମାନେ ଆଜି ଭୋର ସକାଳୁ ଆସି ହିଣ୍ଡାଲକୋ ପାୱାର ପ୍ଲାଣ୍ଟ ଗେଟ ସମ୍ମୁଖରେ ଶ୍ରମିକମାନଙ୍କୁ ସଚେତନ କରିବା ସହ ମାସ୍କ, ସାନିଟାଇଜର, ସାବୁନ ଇତ୍ୟାଦି ପ୍ରଦାନ କରିଥିଲେ । 

Add Zee News as a Preferred Source
About the Author