Advertisement
Article Detail0/zeeodisha/odisha662564
Zee OdishaSambalpurରାମନବମୀକୁ ଫିକା କରିଦେଲା କୋରୋନା, ଏମିତି ଆୟୋଜନ କଲେ ଭକ୍ତ

ରାମନବମୀକୁ ଫିକା କରିଦେଲା କୋରୋନା, ଏମିତି ଆୟୋଜନ କଲେ ଭକ୍ତ

ଲକଡାଉନ୍ କଟକଣା ଯୋଗୁ ସମ୍ବଲପୁର ଅଞ୍ଚଳର ସମସ୍ତ ରାମ ମନ୍ଦିର ବନ୍ଦ ରହିଥିଲା । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ସାରା ଦେଶରେ ଏବେ କaରୋନା ପାଇଁ ଲକଡାଉନ୍ । ରାଜ୍ୟ ସରକାର ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ସମସ୍ତ ଧର୍ମାନୁଷ୍ଠାନ ଗୁଡିକୁ ବନ୍ଦ କରିଦେଇଛନ୍ତି । ଫଳସ୍ୱରୂପ ପ୍ରଭୁ ଶ୍ରୀ ରାମଙ୍କର ଜନ୍ମୋତ୍ସବ ରାମନବମୀ  ଫିକା ପଡିଯାଇଛି । 

ଲକଡାଉନ୍ କଟକଣା ଯୋଗୁ ସମ୍ବଲପୁର ଅଞ୍ଚଳର ସମସ୍ତ ରାମ ମନ୍ଦିର ବନ୍ଦ ରହିଥିଲା । ପୂଜକ ମାନେ ମନ୍ଦିର ଭିତରେ ପ୍ରଭୁ ରାମଚନ୍ଦ୍ରଙ୍କର ନୀତି କାନ୍ତି ପାଳନ କରିଥିଲେ । ଭକ୍ତ ତଥା ଶ୍ରଦ୍ଧାଳୁଙ୍କ  ପାଇଁ ବନ୍ଦ ରହିଥିଲା ମନ୍ଦିର । ସହରର ରାମଜି ମନ୍ଦିର ସମେତ ବୃକ୍ସହିଲ ସ୍ଥିତ ରାମ ମନ୍ଦିରରେ କଟକଣା ଯୋଗୁ ରାମନବମୀ ସମାରୋହକୁ ବନ୍ଦ କରାଯାଇଥିଲା । 

ଅନ୍ୟପଟେ କଟକଣା ଯୋଗୁ ଭକ୍ତମାନେ ନିଜ ନିଜ ଘରେ ପ୍ରଭୁଙ୍କୁ ପୁଜାର୍ଚ୍ଚନା କରିଥିଲେ । ଏହା ସହ ଅନେକ ପରିବାର ନିଜ ଆରାଧ୍ୟ ଶ୍ରୀରାମଙ୍କ ଜନ୍ମୋତ୍ସବ ରାମନବମୀକୁ ନିଷ୍ଟା ଓ ଭକ୍ତିର ସହ ଆୟୋଜନ କରିଥିଲେ । ପ୍ରଭୁ ରାମଙ୍କ ବିଶେଷ ପୁଜାର୍ଚ୍ଚନା କରିବା ସହ ବିଶ୍ୱ ଶାନ୍ତି ଓ ମହାମାରୀ କୋରୋନାରୁ  ସମଗ୍ର ମାନବଜାତିକୁ ରକ୍ଷା କରିବା ପାଇଁ ମଧ୍ୟ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଥିଲା । 

Add Zee News as a Preferred Source
About the Author