କୋରୋନା ମୁକାବିଲା: ନିର୍ଦ୍ଦେଶନାମା ଅମାନ୍ୟ କରିବାରୁ ମଲ୍ ଉପରେ ୫୦ ହଜାର ଫାଇନ

ସୋମବାର ଅପରାହ୍ନରୁ ସମ୍ବଲପୁରର ସମସ୍ତ ମଲ, ସିନେମା ହଲ, ସଭାସମିତି ଇତ୍ୟାଦିକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । 

କୋରୋନା ମୁକାବିଲା: ନିର୍ଦ୍ଦେଶନାମା ଅମାନ୍ୟ କରିବାରୁ ମଲ୍ ଉପରେ ୫୦ ହଜାର ଫାଇନ
ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର:  କୋରୋନା ମୁକାବିଲା ପାଇଁ ଆକ୍ସନ ମୋଡରେ ସରକାର । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଅମାନ୍ୟ କରିବାରୁ ଏକ ମଲ୍ ଉପରେ ୫୦ ହଜାର ଫାଇନ । ସମ୍ବଲପୁର ବୁଢ଼ାରାଜା ଅଞ୍ଚଳରେ ଥିବା ଆନନ୍ଦ ସୁପର ବଜାର ମଲ ଉପରେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । 

ମିଶନ କୋରୋନା ମୁକାବିଲା । ସୋମବାର ଅପରାହ୍ନରୁ ସମ୍ବଲପୁରର ସମସ୍ତ ମଲ, ସିନେମା ହଲ, ସଭାସମିତି ଇତ୍ୟାଦିକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ହେଲେ ଏହି  ନିର୍ଦ୍ଦେଶନାମାକୁ ଖାତିର ନକରି ଆନନ୍ଦ ସୁପର ବଜାର ମଲ ଅପରାହ୍ନରେ ମଧ୍ୟ ଖୋଲା ରହିଥିଲା । ତେଣୁ  ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କା ଫାଇନ ଲଗାଯାଇଛି । କଟକଣା ନହଟିବା ପର୍ଯ୍ୟନ୍ତ ନିୟମ ଉଲଙ୍ଘନ କଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ପ୍ରସ୍ତୁତ ରହିଛି ।

ଆହୁରି ପଢ଼ନ୍ତୁ; 'କୂଅକୁ ଡେଇଁବାକୁ ପଡ଼ିଲେ ବି ସିନ୍ଧିଆଙ୍କ ସହ ରହିବି'