Advertisement
Article Detail0/zeeodisha/odisha671247
Zee OdishaSambalpurସମ୍ବଲପୁରରେ ଉଦଘାଟନ ହେଲା କୋଭିଡ୍-୧୯ ହସ୍ପିଟାଲ

ସମ୍ବଲପୁରରେ ଉଦଘାଟନ ହେଲା କୋଭିଡ୍-୧୯ ହସ୍ପିଟାଲ

ଏଠି VIMSAR ବୁର୍ଲାରୁ ୫୦ଜଣ ଅଭିଜ୍ଞ ପ୍ରଫେସର, ସହକାରୀ ପ୍ରଫେସର, ଆବାସିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଅଜୟ କୁମାର ନାଥ, ସମ୍ବଲପୁର: ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ନୂତନ ଭାବେ ନିର୍ମିତ କୋଭିଡ ୧୯ ହସ୍ପିଟାଲ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ହସ୍ପିଟାଲର ଉଦଘାଟନ କରିଛନ୍ତି । ଆଜି ଠାରୁ ଏହି ହସ୍ପିଟାଲ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛି । ଏହି ହସ୍ପିଟାଲରେ ୨ଶହ ଶର୍ଯ୍ୟା ଓ ୨୦ଟି ICU ରହିଛି  । ଏଠି VIMSAR ବୁର୍ଲାରୁ ୫୦ଜଣ ଅଭିଜ୍ଞ ପ୍ରଫେସର, ସହକାରୀ ପ୍ରଫେସର, ଆବାସିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ।

କେବଳ ଏତିକି ନୁହେଁ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ୧୫ଜଣ ଡାକ୍ତରଙ୍କୁ ମଧ୍ୟ ଏହି ହସ୍ପିଟାଲରେ ଡ୍ୟୁଟି ଦିଆଯାଇଛି । ପ୍ରତିଦିନ ୩ଟି ସିଫ୍ଟରେ ଏମାନେ କାର୍ଯ୍ୟ କରିବେ । ଡାକ୍ତରମାନେ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗେଷ୍ଟ ହାଉସ ଓ କିଛି ବଛା ବଛା ହୋଟେଲର ମଧ୍ୟ ବ୍ୟବସ୍ଥା କରାଯାଇଛି । 

ତେବେ ଆଜି ଉଦଘାଟନ ଉତ୍ସବରେ ଜିଲ୍ଲାପାଳ ଓ CDMO ଉପସ୍ଥିତ ରହିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏବେ ୫ଟି ICU କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି  । ସେହିପରି ଆସନ୍ତା ୧୫ ଦିନ ଭିତରେ ବଲାଙ୍ଗୀର କୋଭିଡ୍ ହସ୍ପିଟାଲ ମଧ୍ୟ କାର୍ଯ୍ୟକ୍ଷମ ହେବ । ତା ସହ ରାଜ୍ୟ ସରକାର ଯାହା ବି ଯନ୍ତ୍ରପାତି କୋଭିଡ ହସ୍ପିଟାଲକୁ ପ୍ରଦାନ କରିଛନ୍ତି, ତାହା ସବୁ ଦିନ ପାଇଁ ଏହି ହସ୍ପିଟାଲରେ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥମନ୍ତ୍ରୀ ନବ ଦାସ ।

Add Zee News as a Preferred Source
About the Author