ଜାତିଆଣ ଆକ୍ଷେପ କରିବା କରିଥିବା ବ୍ୟକ୍ତିଙ୍କ ଗିରଫ ପାଇଁ ତେଜିଲା ଦାବି
Advertisement

ଜାତିଆଣ ଆକ୍ଷେପ କରିବା କରିଥିବା ବ୍ୟକ୍ତିଙ୍କ ଗିରଫ ପାଇଁ ତେଜିଲା ଦାବି

ଜାତିଆଣ ଆକ୍ଷେପ କରିବା କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ଏକ ରାଜନୈତିକ ଦଳ ସମେତ ଦୁଇଟି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।

 

 

ଜାତିଆଣ ଆକ୍ଷେପ କରିବା କରିଥିବା ବ୍ୟକ୍ତିଙ୍କ ଗିରଫ ପାଇଁ ତେଜିଲା ଦାବି

ସମ୍ବଲପୁର: ବହୁଜନ ସମାଜ ପାର୍ଟି ଜିଲ୍ଲା କମିଟି ପକ୍ଷରୁ ସମ୍ବଲପୁର ଏସପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଏସପି ଜିଲ୍ଲା ଶାଖା ସଭାପତି ନାରାୟଣ ସୁନାଙ୍କ ନେତୄତ୍ୱରେ ଦଳ ଦଳିତ ସମାଜ ପ୍ରତି ଜାତିଆଣ ଆକ୍ଷେପ କରିଥିବା ଜୟବ୍ରତ ଦେ ନାମକ ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି। 

ଜୟବ୍ରତ ସମଗ୍ର ଦଳିତ ସମାଜ ପ୍ରତି ଜାତିଆଣ ଆକ୍ଷେପ କରିବା ପରେ ମଧ୍ୟ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ମଙ୍ଗଳବାର ଏନେଇ ସମ୍ବଲପୁର ଏସପିଙ୍କୁ ସାକ୍ଷାତ କରି ଦଳିତ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ଜୟବ୍ରତଙ୍କୁ ଗିରଫ କରିବା ପାଇଁ ଦଳ ପକ୍ଷରୁ ଦାବି ହୋଇଛି। ଯଥାଶୀଘ୍ର ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସପି କହିଥିବା କହିଛି ବିଏସପି ପ୍ରତିନିଧି ଦଳ। ଯଦି ପୋଲିସ ପ୍ରଶାସନ ଏହି ଘଟଣାରେ କୋଣସି ପଦକ୍ଷେପ ନନିଏ ତାହେଲେ ଏନେଇ ଜନ ଆନ୍ଦୋଳନ କରାଯିବ ବୋଲି ବିଏସପି ଚେତାବନୀ ଦେଇଛି।

ବିଏସପି ପୂର୍ବରୁ ଜାତିଆଣ ଆକ୍ଷେକ୍ଷ ଘଟଣାରେ ଜଡିତ ଥିବା ବ୍ୟକ୍ତିଙ୍କୁ ଗିରଫ କରାନଗଲେ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ। ସମ୍ବଲପୁର ଉନ୍ନୟନ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ଜୟବ୍ରତ ଦେ ଦଳିତ ସମ୍ପ୍ରଦାୟ ପ୍ରତି ଜାତିଆଣ ଆକ୍ଷେପ କରିଥିବା କାରଣରୁ ତାଙ୍କ ବିରୁଦ୍ଧ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲା ପରିଷଦ। 

Also Read: ମାତିଛନ୍ତି ସାଇବର ଲୁଟେରା; ଅନ ଲାଇନ୍ ଅର୍ଥ କାରବାର ବେଳେ ସତର୍କ ରହିବାକୁ ପରାମର୍ଶ ଦେଲେ SP

 

ପୋଲିସ ଯଦି ତାଙ୍କୁ ଗିରଫ ନକରେ ତାହେଲେ କ୍ଷେତରରାଜପୁର ପୋଲିସ ଷ୍ଟେସନ ସହ ସମ୍ବଲପୁର ଏସପି ଅଫିସ ବାହାରେ ଜନ ଆନ୍ଦୋଳନ କରାଯିବ ବୋଲି ଗତ ରବିବାର ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଥିଲେ ପରିଷଦ ଅଧ୍ୟକ୍ଷ ନିହାଲ ସିଂହ।

ଉଭୟ ବିଏସପି ଏବଂ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ଆଗରୁ କ୍ଷେତରାଜପୁର ଅନ୍ତର୍ଗତ ଘୁନଘୁଟି ପଡାରେ ବସବାସ କରୁଥିବା ଗଣ୍ଡ ସମ୍ପ୍ରଦାୟର ଲୋକ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ ସ୍ଥାନୀୟ ଥାନା ଘେରାଉ କରିଥିଲେ।

Also Read: ଗୋ-ରକ୍ଷା ଯୁବ ସମିତି ପକ୍ଷରୁ ଧନୁପାଲି ଥାନା ସହ ଏସଏମସି ଘେରାଉ

ଏ ଘଟଣାରେ ଘୁନଘୁଟିପଡା ପକ୍ଷରୁ ବାସିନ୍ଦାଙ୍କ ପକ୍ଷରୁ କ୍ଷେତରାଜପୁର ଥାନାରେ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଏଠାକାର ଲୋକ ଗୋ ମାଂସ ଖାଉଥିବା ନେଇ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରିଥିଲେ ଜୟବ୍ରତ। ଏହା ଦ୍ୱାରା ସେମାନଙ୍କ ସମ୍ମାନହାନୀ ହେବା ସହ ଏ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଜଣାଇ ଦେଇଥିଲେ ସ୍ଥାନୀୟ ଲୋକେ