Advertisement
Article Detail0/zeeodisha/odisha666584
Zee OdishaSambalpurସମ୍ବଲପୁରରେ ଆଇସେଲେସନ ଓ୍ୱାର୍ଡ ଭାବେ ପ୍ରସ୍ତୁତ ହେଲା ୩୨ କୋଚ୍

ସମ୍ବଲପୁରରେ ଆଇସେଲେସନ ଓ୍ୱାର୍ଡ ଭାବେ ପ୍ରସ୍ତୁତ ହେଲା ୩୨ କୋଚ୍

ଗତ ମାର୍ଚ୍ଚ ୩୧ ତାରିଖରୁ ରେଳ କର୍ମଚାରୀମାନେ ଅଳ୍ପ ସମୟ ମଧ୍ୟରେ ୩୨ଟି କୋଚକୁ କୋଭିଡ ୧୯ ଆଇସୋଲେସନ ୱାର୍ଡ ଭାବେ ତିଆରି କରିପାରିଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: କୋରୋନା ମୁକାବିଲା ପାଇଁ ସମ୍ବଲପୁର ରେଳ ବିଭାଗର ପ୍ରସ୍ତୁତି ଜୋରଦାର । କ୍ଷେତରାଜପୁର ଷ୍ଟେସନରେ ରେଳବାଇ ପକ୍ଷରୁ ୩୨ ଟି କୋଚକୁ କୋଭିଡ ୧୯ ଆଇସୋଲେସନ ୱାର୍ଡ ଭାବେ ଗଠନ କରାଯାଇଛି । ଗୋଟିଏ କୋଚରେ ୯ ଜଣ ଆଇସୋଲେସନରେ ରହି ପାରିବେ । ଆଗକୁ କୋରୋନା ସଂକ୍ରମଣର ସମ୍ଭାବନାକୁ ନଜରରେ ରଖି ରେଳବାଇ ତରଫରୁ ଏମିତି ପଦକ୍ଷେପ ଗ୍ରହଣ କରାଯାଇଛି । 

ଗତ ମାର୍ଚ୍ଚ ୩୧ ତାରିଖରୁ ରେଳ କର୍ମଚାରୀମାନେ ଅଳ୍ପ ସମୟ ମଧ୍ୟରେ ୩୨ଟି କୋଚକୁ କୋଭିଡ ୧୯ ଆଇସୋଲେସନ ୱାର୍ଡ ଭାବେ ତିଆରି କରିପାରିଛନ୍ତି । ପ୍ରତ୍ୟେକ ସ୍ଲିପର କୋଚର ମିଡ଼ିଲ ବର୍ଥ ଅଲଗା କରାଯାଇ ରୋଗୀଙ୍କ ସୁବିଧା ଅନୁରୂପ ବେଡ଼ ତିଆରି କରାଯାଇଛି । ଆକ୍ରାନ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବର୍ଥର ପ୍ରତ୍ୟେକ କ୍ୟାବିନରେ ୩ଟି ଲେଖାଏଁ ଡ଼ଷ୍ଟବିନ ରଖାଯାଇଛି । ଏହାସହ ପ୍ରତ୍ୟେକ ବର୍ଥରେ ଗୋଟିଏ ସ୍ୱତନ୍ତ୍ର କ୍ୟାବିନ ରହିବ । ଯେଉଁଥିରେ ପାରା ମେଡ଼ିକାଲ କର୍ମଚାରୀ ରହିବେ । ଆଉ ଏହି ଆଇସୋଲେସନ କ୍ୟାବିନରେ ୨ଟି ଲେଖାଏଁ ଅକସିଜେନ ସିଲିଣ୍ଡର ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Add Zee News as a Preferred Source
About the Author