ଲକ୍ ଡାଉନ୍: ସମ୍ବଲପୁରରେ ଫ୍ରି ହୋମ ଡେଲିଭରି ସେବା ପାଇଁ ଉଦ୍ୟମ
Advertisement

ଲକ୍ ଡାଉନ୍: ସମ୍ବଲପୁରରେ ଫ୍ରି ହୋମ ଡେଲିଭରି ସେବା ପାଇଁ ଉଦ୍ୟମ

ମହାମାରୀ କରୋନା ନିୟନ୍ତ୍ରଣ କରିବା ପାଇଁ ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ନେଲା କଡା ପଦକ୍ଷେପ ।

ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ସାରା ଦେଶରେ ମହାମାରୀ କୋରୋନାର ଚେନକୁ ଭାଙ୍ଗିବା ପାଇଁ କିଛିଟା ସଚେତନ ହୋଇଛନ୍ତି ଜନତା । ଏପଟେ ପ୍ରଶାସନ ତତ୍ପର ରହିଛି କେମିତି ସୁରୁଖୁରୁରେ ଲକ୍ ଡାଉନ୍ ପାଳନ ହେବ ଏବଂ କୌଣସି ଗମ୍ଭୀର ପରିସ୍ଥିତି ମଧ୍ୟ ସୃଷ୍ଟି ନ ହେବ । କିନ୍ତୁ ସମ୍ବଲପୁର ଜିଲ୍ଲାରେ ପ୍ରଶାସନର ବାରମ୍ବାର ଅନୁରୋଧ ସତ୍ତ୍ୱେ ଲୋକେ ଲକ୍ ଡାଉନକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରୁଥିବାର ଦେଖାଯାଉଛି । ଅପରପକ୍ଷରେ ଏନେଇ ପୋଲିସ ଜିଲ୍ଲାରେ ଲକଡାଉନର ନିୟମ ଭାଙ୍ଗିବା ଅଭିଯୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ମହାମାରୀ କରୋନା ନିୟନ୍ତ୍ରଣ କରିବା ପାଇଁ ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ନେଲା କଡା ପଦକ୍ଷେପ । ଜିଲ୍ଲାରେ ଲୋକଙ୍କୁ ଲକଡାଉନ ନିୟମ ମାନିବାକୁ ବାରମ୍ବାର ଅପିଲ କରାଯିବା ସହ  ଏନେଇ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା । ତେବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଶାସନର ଲକଡାଉନ ନିୟମକୁ ଖୋଲାଖୋଲି ଭାବରେ ଉଲଙ୍ଘନ ହେବା ଅଭିଯୋଗ ହେବାପରେ ପ୍ରଶାସନ ନେଇଛି କଡା ପଦକ୍ଷେପ । ସମ୍ବଲପୁରର ଟାଉନ ଥାନା, ଅଇଁଠାପାଲି ଥାନା, ଧନୁପାଲି ଥାନା, ସଦର ଥାନା, ଅଞ୍ଚଳରେ ଲକଡାଉନ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୋଲିସ ୭୦ରୁ ଉର୍ଦ୍ଧ୍ୱ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । 

ଅପରପକ୍ଷେ ସମ୍ବଲପୁର ସହରରେ ଲକଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୄଦ୍ଦି ହେଉଥିବା ଅଭିଯୋଗ ପରେ ପ୍ରଶାସନ ନେଇଛି ଦୄଡ ପଦକ୍ଷେପ । ଏହା ସମେତ କ୍ଷେତରାଜପୁର ହୋଲସେଲ ମାର୍କେଟରେ ମିଳୁଥିବା ବିଭିନ୍ନ  ସାମଗ୍ରୀର ଦର ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ଯେଉଁ ବ୍ୟବସାୟୀ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ଜିନିଷ ବିକ୍ରି କରିବେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି ପ୍ରଶାସନ । ଅପରପକ୍ଷରେ ସହରର ବିଭିନ୍ନ ଗ୍ରୋସରି ଦୋକାନ ଓ ମେଡିସିନ ଦୋକାନରେ ଲୋକଙ୍କ ଭିଡ କରମାଇବା ପାଇଁ ଲୋକଙ୍କ ପାଖକୁ ଫ୍ରି ହୋମ ଡେଲିଭରି ସେବା ଯୋଗାଇବା ପାଇଁ ଉଦ୍ୟମ ହୋଇଛି । ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ୱ।ଗତ କରିଛନ୍ତି ସାଧାରଣ ଲୋକ ।