Advertisement
Article Detail0/zeeodisha/odisha661912

ହାତୀ ଲିଭେଇଦେଲା ତିନି ଜୀବନ ଦୀପ

ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ତର୍ଗତ କୋଲ ଗାଁରେ ହାତୀ ଆତଙ୍କ

File pic
File pic

ଅଜୟ କୁମାର ନାଥ: ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ତର୍ଗତ କୋଲ ଗାଁରେ ହାତୀ ଆତଙ୍କ। ହାତୀ ଲିଭେଇଦେଲା ତିନିଜଣଙ୍କ ଜୀବନ ଦୀପ । ମଙ୍ଗଳବାର ରାତି ପ୍ରାୟ ୨।୩୦ ମିନିଟରେ କେସାପାଲି ସରପଞ୍ଚ ଉମାକାନ୍ତ ମିର୍ଧାଙ୍କ ପରିବାର ଶୋଇଥିବା ବେଳେ ଏକ ହାତୀ ଧାନ ଖାଇବାକୁ ଗାଁକୁ ପଶି ଆସିଥିଲା । ସରପଞ୍ଚଙ୍କ ଘରେ ଧାନ ଥିବା ହାତୀ ଜାଣି ପାରି ଧାନ ଖାଇବା ପାଇଁ ପ୍ରଥମେ ଘରର କାନ୍ଥ ଭାଙ୍ଗିଦେଇଥିଲା । ଘରର କାନ୍ଥ ଭାଙ୍ଗିବା ପରେ ଧାନ ଖାଇବା ସହ ଧାନ ବସ୍ତା ନେଇ ଚାଲିଯାଇଥିଲା । ଆଉ ହାତୀଟି ଭାଙ୍ଗିଥିବା ଘରର କାନ୍ଥ ତଳେ ଥିବା ସରପଞ୍ଚଙ୍କ ମା ଏବଂ ୧୦ ବର୍ଷର ଭାଣିଜୀ ଶୋଇଥିଲେ । କାନ୍ଥ ଭାଙ୍ଗିଯିବାରୁ ଶୋଇଥିବା ଦୁଇଜଣଯାକ ଚାପି ହୋଇଯାଇଥିଲେ। ହାତୀଟି ଭଙ୍ଗା କାନ୍ଥ ଉପରେ ଚଢ଼ିଯାଇ ଧାନ ବସ୍ତା ନେଇଥିବାରୁ ଯନ୍ତ୍ରଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । 
ଏହାସହ ଘରେ ଥିବା ସରପଞ୍ଚଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇ ଥିଲା କିନ୍ତୁ ହସ୍ପିଟାଲରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀମାନେ ଗାଁରେ ଏହି ଭଳି ପଶୁଥିବାରୁ ସାରା ଗାଁରେ ଏବେ ଆତଙ୍କ ଖେଳିଯାଇଛି । ସରପଞ୍ଚଙ୍କ ପରିବାର ପରି ଆଗାମୀ ଦିନରେ କାହା ପାଳି ପଡିବ ସେ ନେଇ ଚିନ୍ତାରେ ଗ୍ରାମବାସୀ ।

Add Zee News as a Preferred Source
About the Author