Advertisement
Article Detail0/zeeodisha/odisha693195
Zee OdishaSambalpurଗାଁକୁ ପଶି ଆସୁଛନ୍ତି ହାତୀ, ଲୋକେ ଆତଙ୍କିତ

ଗାଁକୁ ପଶି ଆସୁଛନ୍ତି ହାତୀ, ଲୋକେ ଆତଙ୍କିତ

ବାହାମ ଗାଁରେ ଦନ୍ତା ହାତୀ। ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ। ଖାଦ୍ୟଶସ୍ୟ ସଂଗ୍ରହରେ ବାରମ୍ବାର ଏଭଳି ଗ୍ରାମାଭିମୁଖୀ ହେଉଛନ୍ତି ହାତୀପଲ।ଗତ କାଲି ଦିନ ସମୟରେ ଗୋଟିଏ ଦନ୍ତା ହାତୀ ପଡ଼ିଆବାହଲ ଅନ୍ତର୍ଗତ ବାହାମ ଗାଁ କୁ ପଶି ଆସିଥିଲା। ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।  ହାତୀ ଭୟରେ ଗାଁ ରେ ତାଟି କବାଟ ପଡିଯାଇଥିଲା। ଲୋକ

ଗାଁକୁ ପଶି ଆସୁଛନ୍ତି ହାତୀ, ଲୋକେ ଆତଙ୍କିତ

ସମ୍ବଲପୁର: ବାହାମ ଗାଁରେ ଦନ୍ତା ହାତୀ। ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ। ଖାଦ୍ୟଶସ୍ୟ ସଂଗ୍ରହରେ ବାରମ୍ବାର ଏଭଳି ଗ୍ରାମାଭିମୁଖୀ ହେଉଛନ୍ତି ହାତୀପଲ।ଗତ କାଲି ଦିନ ସମୟରେ ଗୋଟିଏ ଦନ୍ତା ହାତୀ ପଡ଼ିଆବାହଲ ଅନ୍ତର୍ଗତ ବାହାମ ଗାଁ କୁ ପଶି ଆସିଥିଲା। ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । 

ହାତୀ ଭୟରେ ଗାଁ ରେ ତାଟି କବାଟ ପଡିଯାଇଥିଲା। ଲୋକେ ଘର ଭିତରେ ତଥା ଉପରେ ଲୁଚି ରହିଥିଲେ।ଦନ୍ତା ଟି ଗାଁ ସାରା ବୁଲା ବୁଲି କରି ବାଡ଼ି ବଗିଚାରେ ପଶି ପନି ପରିବା ଖାଇବା ପରେ ବିଲରେ ପଶି ଧାନ ମଧ୍ୟ ଖାଇଥିଲା।ତା ପରେ ଜଙ୍ଗଲ ଭିତର କୁ ପଳାଇଥିଲା।ବାରମ୍ବାର ବନ ବିଭାଗ କୁ ଖବର ଦେବା ସତ୍ୱେ ମଧ୍ୟ ହାତୀ ମାନଙ୍କୁ ଘଉଡାଇବାରେ ବନ ବିଭାଗ ଅସଫଳ ହେଉଥିବା ଜଣାପଡିଛି ।ଏଭଳି ଘଟଣା ଆଖପାଖ ଗାଁ ର ନୀତିଦିନିଆଁ ଘଟଣା ହୋଇଗଲାଣି।

ପ୍ରାୟ ସମୟରେ ହାତୀ ଗାଁ ମାନଙ୍କୁ ପସିଆସି ଅନେକ ଧନ ଜୀବନ ମଧ୍ୟ ନଷ୍ଟ କରୁଛନ୍ତି।।ସେଥିପାଇଁ ଭୟରେ ଜୀବନ ଅତିବାହିତ କରୁଛନ୍ତି ଲୋକେ।ହାତୀ ଯେମିତି ଗାଁ କୁ ନ ଆସିବେ ତାର ଏକ ସ୍ଥାୟୀ ପ୍ରତିକାର ସରକାର ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Add Zee News as a Preferred Source

 

About the Author