• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଭର୍ଚୁଆଲ ରାଲିରେ ସମ୍ବୋଧନ କରିବେ ଧର୍ମେନ୍ଦ୍ର
  • IPL 2020: ଆଜି ଆଇପିଏଲରେ CSK ଓ MI ମ୍ୟାଚ
  • ବଙ୍ଗୋପସାଗରରେ ପାରାଦୀପ ଠାରୁ ୯୦ କିମି ଦୂରରେ ବଡ଼ ଅବପାତ, ୪ ଜିଲ୍ଲାରୁ ରେଡ ଆର୍ଲଟ
  • ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହେବ ଅବପାତ ।
  • ଦକ୍ଷିଣ ମୁମ୍ୱାଇସ୍ଥିତ ସିଟିସେଣ୍ଟର ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ...

ଆସନ୍ତା ୨୨ ତାରିଖରେ ହେବ ଜିଲ୍ଳାପାଳ କାର୍ଯ୍ୟାଳୟ ରେ ଗଣ ଅନଶନ

ଆସନ୍ତା ୨୨ ରେ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବ ଚାଷୀ ଙ୍କ ଗଣ ଅନଶନ। ଏଥିରେ ସମ୍ବଲପୁର ସହ ସମସ୍ତ ଗ୍ରାମଂଚଳ ର ପୁରୁଷ ଓ ମହିଳା ଚାଷୀ ମାନେ ସାମିଲ ହେବେ। ଗତକାଲି ସମ୍ବଲପୁର ରେ ହୋଇଥିବା ଚାଷୀଙ୍କ ଏକ ଗୁରୁତ୍ୱପୁର୍ଣ୍ଣ  ବୈଠକରେ ଏହି ନିଷ୍ପତ୍ତି ନେଇଛି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି।

ଆସନ୍ତା ୨୨ ତାରିଖରେ ହେବ ଜିଲ୍ଳାପାଳ କାର୍ଯ୍ୟାଳୟ ରେ ଗଣ ଅନଶନ

ସମ୍ବଲପୁର: ଆସନ୍ତା ୨୨ ରେ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବ ଚାଷୀ ଙ୍କ ଗଣ ଅନଶନ। ଏଥିରେ ସମ୍ବଲପୁର ସହ ସମସ୍ତ ଗ୍ରାମଂଚଳ ର ପୁରୁଷ ଓ ମହିଳା ଚାଷୀ ମାନେ ସାମିଲ ହେବେ। ଗତକାଲି ସମ୍ବଲପୁର ରେ ହୋଇଥିବା ଚାଷୀଙ୍କ ଏକ ଗୁରୁତ୍ୱପୁର୍ଣ୍ଣ  ବୈଠକରେ ଏହି ନିଷ୍ପତ୍ତି ନେଇଛି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି।

ଏହି ବୈଠକରେ ପଶ୍ଚିମ ଓଡିଶାର ୧୧ ଟି ଜିଲ୍ଲାର ୨ ଶହ ଚାଷୀ ସାମିଲ ହୋଇଥିଲେ। ମୁଖ୍ୟତଃ କ୍ଷତିଗ୍ରସ୍ତ ଚାଷୀଙ୍କ ବକେୟା ବୀମା ରାଶି, ସରକାରଙ୍କ ତୃଟିପୂର୍ଣ୍ଣ କୃଷିନୀତି ଓ ଆସନ୍ତା ଖରିପ ରୁତୁ ରେ ଧାନ କ୍ରୟ ବ୍ୟବସ୍ଥା କୁ ଦୃଢ କରିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହା ସହ କେନ୍ଦ୍ର ସରକାର ଆଗାମୀ ଦିନରେ ୧୫ ଟି ଦେଶ ସହ ଯେଉ RCEB ଟ୍ରେଡ ଏଗ୍ରିମେଣ୍ଟ କରିବାକୁ ଯାଉଛନ୍ତି ଏହାଦ୍ୱାରା  ଭାରତୀୟ କୃଷକ ଓ କୃଷି ସମ୍ପକିତ ବ୍ୟବସାୟ ବିଦେଶୀ କମ୍ପାନୀ ମାନଙ୍କ ନିୟନ୍ତ୍ରଣ କୁ ଆସିବାର ସମ୍ଭାବନା ରହିଛି। ଏଥିପାଇ ଏହି ଟ୍ରେଡ ଏଗ୍ରିମେଣ୍ଟ କୁ ମଧ୍ୟ ବିରୋଧ କରାଯିବ ବୋଲି କୃଷକ ମାନେ କହିଛନ୍ତି । 

ମୁଖ୍ୟତଃ ଏହି ଦାବି ଗୁଡିକୁ ନେଇ କୃଷକ ସଙ୍ଗଠନ ବାରମ୍ବାର ପଦଯାତ୍ରା ଆନ୍ଦୋଳନ କରି ଆସିଛି। ନିକଟ ଅତୀତରେ ରେଳରୋକୋ,ଦୀର୍ଘ 22 କିଲୋମିଟର ପଦଯାତ୍ରା ତଥା ବାରମ୍ବାର ଜିଲାପାଳ, ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଠାରେ ଦାବିପତ୍ର ଉପସ୍ଥାପନ କରିବା ସତ୍ୱେ ମଧ୍ୟ କେହି ନ ଶୁଣିବା କାରଣରୁ କ୍ଷୋଭ ପ୍ରକାଶ କରିଛି ଚାଷୀ ସଂଗଠନ। ସେଥିପାଇଁ ଦୃଢ ନିଷ୍ପତ୍ତି ଅନୁଯାୟୀ ଏଇ ମାସ 22 ତାରିଖରେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଗଣ ଅନଶନ କରାଯିବ ବୋଲି ସୂଚନା ଦିଆଯାଇଛି।
ସମ୍ବଲପୁର ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ  ‍୧୧ ଟି ଜିଲ୍ଲା ର ୨ ଶହ ଚାଷୀ ଉପସ୍ଥିତ ଥିଲେ । ଏହା ସହ ଆଗାମୀ ଦିନରେ ଜାତୀୟ ସ୍ତର ରେ ଏକ ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଚୂଡାନ୍ତ କରାଯିବ ବୋଲି ସୂଚନା ଦିଆଯାଇଥିଲା ।