ସରକାରୀ ଜାଗାରେ ଗୃହ ନିର୍ମାଣକୁ ନେଇ ବିବାଦ; ବୁଲିଲା ଖଣ୍ଡା
Advertisement

ସରକାରୀ ଜାଗାରେ ଗୃହ ନିର୍ମାଣକୁ ନେଇ ବିବାଦ; ବୁଲିଲା ଖଣ୍ଡା

ସରକାରୀ ଜମିରେ ଘର ନିର୍ମାଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ବୁଲିଛି ଖଣ୍ଡା। 

ସରକାରୀ ଜାଗାରେ ଗୃହ ନିର୍ମାଣକୁ ନେଇ ବିବାଦ; ବୁଲିଲା ଖଣ୍ଡା

ସମ୍ବଲପୁର: ସରକାରୀ ଜାଗାରେ ଗୃହ ନିର୍ମାଣକୁ ନେଇ ଦେଖାଦେଇଛି ଉତ୍ତେଜନା। ଘର ନିର୍ମାଣ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦରେ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିଛନ୍ତି। ସମ୍ବଲପୁର ସହରରେ ଘଟିଯାଇଛି ଏଭଳି ଘଟଣା। 

ସମ୍ବଲପୁର ସହରର ଟାଉନ ଥାନା (Sambalpur Town Police Station) ଅଧିନସ୍ଥ ଦାନୀବନ୍ଧ ଆଡ଼ ଠାରେ ଘର ନିର୍ମାଣକୁ ନେଇ ସୃଷ୍ଟି ହୋଇଛି ଗଣ୍ଡଗୋଳ। ଅଭିନ ଖାତି ନାମକ ଜଣେ ବ୍ୟକ୍ତି ନିଜେ ସରକାରୀ ଜାଗାରେ ଗୃହ ନିର୍ମାଣ କରି ରହିଥିଲେ। ସେହି ବନ୍ଧ ଆଡରେ ମିଳନ ପ୍ରଧାନ ନାମକ ଅନ୍ୟ ଜଣେ ବ୍ୟକ୍ତି ଘର ନିର୍ମାଣ କରୁଥିବା ବେଳେ ଅଭିନ ତାକୁ ବାରଣ କରିଥିଲା ହେଲେ ମିଳନ ଏହାକୁ ମାନିନଥିଲା।

Also Read: ଜମି ଅଧିଗ୍ରହଣକୁ ନେଇ ପୋଲିସ-ଗ୍ରାମବାସୀ ମୁହଁମୁହିଁ

ରବିବାର ଦ୍ୱିପ୍ରହର ସମୟରେ ସମୟରେ ମିଳନ ଘରେ ଥିବା ବେଳେ ଅଭିନ ଖାତିଙ୍କ ସହ ଆଉ କିଛି ଜଣ ଯୁବକ ଆସି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏ ଘଟଣାକୁ ନେଇ ପଡାବାସୀ ଉତ୍ତେଜିତ ହୋଇଉଠିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଆକ୍ରମଣ ବାବଦରେ ଖବର ପାଇବା ପରେ ସମ୍ବଲପୁର ଏସଡିପିଓ ତପନ ମହାନ୍ତିଙ୍କ ସହ ଟାଉନ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାମୂଳକ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଶେଷରେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଟାଉନ ଥାନାକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଶ୍ଚର୍ଯ୍ୟର କଥା ସହରର ମଧ୍ୟସ୍ଥଳରେ ଅବସ୍ଥିତ ଟାଉନ ଥାନାର ପଛ ପଟେ ରହିଥିବା ସରକାରୀ ଜମିକୁ କିପରି ଜବରଦଖଲ କରାଯାଇ ଘର ନିର୍ମାଣ କରାଯାଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ। ବଡ଼ବଡ଼ିଆଙ୍କ ହାତ ନଥିଲେ ଏପରି ଘର ନିର୍ମାଣ କରିବା ସମ୍ଭବ ନୁହେଁ ଏବେ ସାଧାରଣରେ ଚର୍ଚ୍ଚା ହେଉଛି।