)
ସମ୍ବଲପୁର: ଜମି କାରବାରକୁ ନେଇ ଦାଦାବଟି ମାଗିବା ଅଭିଯୋଗରେ ୫ ଗିରଫ କରାଯାଇଛି। ଏ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବ ବାଗ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଇଁଠାପାଲି ପୋଲିସ। ସମ୍ବଲପୁର ଏସପି ବି.ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ ରିଏଲ ଇଷ୍ଟେଟ ବ୍ଯବସାୟରେ ପଇସା ନିବେଶ କରିଥିବା ଦୁଇ ପକ୍ଷଙ୍କ ମଧ୍ୟରେ ଲାଭକୁ ନେଇ ହୋଇଥିଲା ଝଗଡା।
ଚୁକ୍ତି ଅନୁଯାୟୀ ଗୋଟିଏ ପକ୍ଷ ୧୧ ଲକ୍ଷ ନିବେଶ କରିଥିବାବେଳେ ଟଙ୍କାଟିଏ ଲାଭ ପାଇନଥିଲେ। ଯହାକୁ ନେଇ ଅପର ପକ୍ଷ ସହ ବ୍ଯବସାୟିକ ତିକ୍ତତା ଆରମ୍ଭ ହୋଇଥିଲା। ଗୋଟିଏ ପକ୍ଷ ଗ୍ୟାଙ୍ଗଷ୍ଟାର ଶିବ ବାଗର ଗ୍ଯାଙ୍ଗକୁ ଟଙ୍କା ଆଦାୟ କରିବାକୁ ସୁପାରି ଦେଇଥିଲେ। ଏହା ପରେ ସେମାନେ ଟଙ୍କା ଅସୁଲ ପାଇଁ ସଦଳବଳେ ପହଞ୍ଚି ମାରପିଟ ଆରମ୍ଭ କରିଥିଲେ। ଏଥିରୁ ମହିଳା ମଧ୍ୟ ବର୍ତ୍ତି ନଥିଲେ। ପୋଲିସ ଏ ମାମଲାରେ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ ହଜାର ଟଙ୍କା ଏବଂ ଦୁଇଟି ବାଇକ ଜବତ କରିଛି।