କିଛି ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡିତ ଥିଲେ ।
Trending Photos
)
ସମ୍ବଲପୁର: ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ । ଆଜି ସକାଳୁ ସମ୍ବଲପୁର ହୀରାକୁଦ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଦ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । କିଛି ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡିତ ଥିଲେ ।
ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ବିଶି ଛାତ୍ର ଆନ୍ଦୋଳନରୁ ରାଜନୀତିରେ ସକ୍ରିୟ ରହିଆସିଥିଲେ । ଏନେଇ ଅନେକ ଥର ଜେଲ୍ ମଧ୍ୟ ଯାଇଥିଲେ । ପଶ୍ଚିମ ଓଡ଼ିଶା ରାଜନୀତି ସହ ସେ ବେଶ୍ ଜଡିତ ଥିଲେ । ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ରହିଥିଲେ ସ୍ୱର୍ଗତ ସନାତନ ବିଶି । ସେହିପରି ରାଜ୍ୟ ସରକାରଙ୍କ ଅନେକ କମିଟିରେ ସେ ସଦସ୍ୟ ମଧ୍ୟ ରହିଥିଲେ । ୧୯୯୪ରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ । ପରେ ୨୦୦୦ ଏବଂ ୨୦୦୪ରେ ସେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ନିର୍ବାଚନରେ ବିଜୟୀ ହେବା ପରେ ସେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ ।