• ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ
  • ନାନକପୁରା ସ୍କୁଲ ବୁଲିଲେ ଆମେରିକାର ପ୍ରଥମ ମହିଳା
  • ଭାରତ ଭ୍ରମଣକୁ କେବେ ଭୁଲି ହେବ ନାହିଁ: ମେଲାନିଆ
  • ଦିଲ୍ଲୀ ହିଂସା ଘଟଣା
  • ହିଂସାକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ମୃତକଙ୍କ ମଧ୍ୟରେ ଜଣେ ପୋଲିସ ହେଡ୍ କଷ୍ଟବଲ
  • ହିଂସାକାଣ୍ଡକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଥିଲେ ଉପସ୍ଥିତ
  • କପିଲ ମିଶ୍ରାଙ୍କ ବୟାନକୁ ନେଇ ବଢ଼ୁଛି ବିବାଦ
  • ଦଳ ଭିତରୁ ପ୍ରତିବାଦର ସ୍ୱର

ଛାତ୍ରୀଙ୍କ ଘରକୁ ଯାଇ ଶିକ୍ଷକଙ୍କ ଅସଦାଚରଣ, ଛେଚିଲେ ଗ୍ରାମବାସୀ

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ । 

ଛାତ୍ରୀଙ୍କ ଘରକୁ ଯାଇ ଶିକ୍ଷକଙ୍କ ଅସଦାଚରଣ, ଛେଚିଲେ ଗ୍ରାମବାସୀ
ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ । ଶିକ୍ଷକଙ୍କୁ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ସମ୍ବଲପୁର ସଦର ଥାନା ଅନ୍ତର୍ଗତ କବରାପାଲି ଗାଁରେ ଦେଖିବାକୁ ମିଳିଛି ଏମିତି କିଛି । 

ପୁରା ଘଟଣା ଥିଲା ଏପରି । ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ବିଦ୍ୟାଳୟ, କବରାପାଲିର ଅଭିଯୁକ୍ତ ଶିକ୍ଷକ ବାସୁଦେବ ବେହେରା ସ୍କୁଲରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ଫୋନ ନମ୍ବର ମାଗନ୍ତି । ଏମିତିକି ଛୁଟି ଦିନରେ ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କ ଘରକୁ  ଯାଇ କଥାବାତ୍ତା ହେଵା ସହ ଅସଦାଚରଣ କରିଥାନ୍ତି ।  ଗୁରୁବାର କବରାପାଲି ଗାଁର ଜଣେ ଛାତ୍ରୀଙ୍କ ଘରେ ପହଞ୍ଚି  ଅସଦାଚରଣ ଆରମ୍ଭ କରିଥିଲେ ଅଭିଯୁକ୍ତ ବାସୁଦେବ । 

ଅନ୍ୟ କିଛି ଛାତ୍ରୀ ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ । ପରେ ଗ୍ରାମବାସୀ ଶିକ୍ଷକ ବାସୁଦେବଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ଘଟଣା ସମ୍ପର୍କରେ ସଦର ଥାନା ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ତେଵେ ଏନେଇ ଅନେକ ଥର ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଛି ।